April 26, 2026

ଜରାଶ୍ରମରେ ପାଳିତ ହେଲା “ମେରୀ ମିଟି ମେରା ଦେଶ” କାର୍ଯ୍ୟ କ୍ରମ।

IMG-20230830-WA0037
Share

ଜରାଶ୍ରମରେ ପାଳିତ ହେଲା “ମେରୀ ମିଟି ମେରା ଦେଶ” କାର୍ଯ୍ୟ କ୍ରମ।ଜରାଶ୍ରମରେ ପାଳିତ ହେଲା “ମେରୀ ମିଟି ମେରା ଦେଶ” କାର୍ଯ୍ୟ କ୍ରମ। 

ବୋଲଗଡ଼,୩୦/୦୮(ଉପାନ୍ତ ଓଡିଶା):ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର “ମେରି ମିଟି ମେରା ଦେଶ”ଅଭିଜାନ ଶୁଭ ପାଳନ ଅବସରରେ ୧୮୧୭ ଖୋର୍ଧା ପାଇକ ବିଦ୍ରୋହର ପୃଷ୍ଠ ଭୂମିରେ ବୋଲଗଡ଼ ଆମ୍ବତୋଟା ରେ ୬.୭.୧୮୧୯ (ମଙ୍ଗଳବାର)ଫାଶିପାଇଥିବା ବାଙ୍କୋଇ ଗଡ଼ର ପାଇକ ସର୍ଦାର ସହିଦ କାଳିଆ ଭୁଇଁ ମୁଳ (ପର୍ଶୁରାମ ପଟ୍ଟନାୟକ) ଏବଂ ୮.୪ .୧୮୧୯(ରବିବାରଦିନ) ଫାଶି ପାଇଥିବା ସହୀଦ ସଚ୍ଚିଦାନନ୍ଦ ପଟ୍ଟନାୟକ ସ୍ମୃତି ପରିଷଦ ବାଙ୍କୋଇ ଗଡ଼ର କାର୍ଯ୍ୟକାରୀ ସଭାପତି ଡକ୍ଟର ସେବକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଙ୍କ ଦ୍ଵାରା ଅଲ୍ଟ୍ରା ସାଗରଗୁଆଁ ଦ୍ୱାରା ପରିଚାଳିତ ଜରାନିବାସ ଏବଂ ହାଟବସ୍ତ ରେ ଥିବା ଜରାନିବାସ ରେଥିବା ଅନ୍ତେବାସୀ ମାନକୁ ବିସ୍କୁଟ ଓ ମିଷ୍ଟାନ୍ନ ବିତରଣ କରାଯାଇ ଦେଶାତ୍ମବୋଧକ ପରିବେଷଣ କରାଯାଇ ଭାରତ ମାତାର ଓ ବିଭିନ୍ନ ମହାପୁରୁଷ,ସହିଦ ମାନଙ୍କର ସ୍ଳୋଗାନ ଦିଆଯାଇଥିଲା। ଏଥିରେ ଦୁଇ ଜରାଶ୍ରମ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।ସେହିପରି ଶ୍ରୀ ପଟ୍ଟନାୟକ ଏବଂ ଶ୍ରୀତିକ ରଂଜନ ପଟ୍ଟନାୟକ ନୟାଗଡ଼ ରେ ଥିବା ଶୃତିଶ୍ରବଣ ଓ ବାକ୍ ବାଧିତ ଶିଶୁଙ୍କର ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ ଓ ମିଷ୍ଟାନ୍ନ ବଣ୍ଟନ କରିବାପରେ ଭାରତ ମାତାକୀ ଜୟ, ବନ୍ଦେ ମାତରଂ, ସହୀଦ ସମ୍ମାନ କି ଜୟ ଆଦି ସ୍ଳୋଗାନ ଦେଇଥିଲେ। ଯାହା କି ପରିବେଶ ଆନନ୍ଦ ମୁଖର ହୋଇ ଉଠିଥିଲା।

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।