June 18, 2026

ରାତ୍ର ସମୟରେ ବାଙ୍କୋଇ CHC ରେ କର୍ମଚାରୀ ଶୋଇବା ଓ ରୋଗୀଙ୍କୁ ଅବହେଳା କରୁଥିବା ଅଭିଯୋଗ। 

IMG-20260618-WA0051
Share

 

ବୋଲଗଡ଼,୧୮/୬ (ଉପାନ୍ତ ଖବର) :ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇ C H C ସେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ କେନ୍ଦ୍ର। ଏହି ମେଡିକାଲ କେନ୍ଦ୍ରଟି ବୋଲଗଡ଼ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ସ୍ବାସ୍ଥ୍ୟ ସେବା ନାଁରେ ନିଦ ସେବା ଚାଲିଛି ବାଙ୍କୋଇ CHC କେନ୍ଦ୍ରରେ ରୋଗୀ ମାନେ ରାତ୍ର ସମୟରେ ବହୁ ରୋଗୀ ସେବା ଯୋଗୁଁ ହଇରାଣ ହରକତ ।ସରକାର ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନେ ଚିକିତ୍ସିତ ହେବା ପାଇଁ ହଜାର ହଜାର ଟଙ୍କା ଦେଇ କର୍ମଚାରୀ ମାନଙ୍କୁ ନିଯୁକ୍ତି କରୁଛନ୍ତି ,କିନ୍ତୁ ବାଙ୍କୋଇ CHC କେନ୍ଦ୍ରରେ ରାତି ହେଲେ ଡକ୍ଟର ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ମାନେ ନିଘୋଡ଼ ନିଦରେ ଶୋଇ ମନ ମୁଖି ଶାସନ ଚଲେଇଛନ୍ତି । ସାମାନ୍ୟ କିଛି ଅସୁବିଧାରେ ଗଲେ ରୋଗୀ ରାତ୍ରି ସମୟ ରେ କର୍ମଚାରୀ ମାନେ ଶୋଇ ପରିସ୍ଥିତି ଅନୁଧ୍ୟାନ ନ କରି ରୋଗୀଙ୍କର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାତର କରାଯାଉଛି । ଏ ସବୁ ଘଟଣା ଦିନକର ନୁହେଁ ବରଂ ଦିର୍ଘଦିନ ଦିନ ଧରି ଚାଲିଆସୁଛି। ବଙ୍କୋଇ CHC କେନ୍ଦ୍ରରେ ତାକୁ ଅନୁଧ୍ୟାନ କରିବାକୁ ବୋଲଗଡ଼ ବ୍ଲକର ଗଣମାଧ୍ୟମର ପ୍ରତିନିଧି ରାତ୍ର ସମୟରେ ମେଡିକାଲ କର୍ମଚାରୀ ମାନଙ୍କୁ ହେଲା କାଳ ! ଆକ୍ରୋଶ ମୂଳକ ଭାବରେ ଜେଲ୍ ରେ ପୁରାଇବା ପାଇଁ ଷଡ଼ଯନ୍ତ୍ର ।ରାତି ହେଲେ କାହିଁକି ରହୁ ନାହାନ୍ତି ଚାମ୍ବରରେ ଡକ୍ଟର। ରୋଗୀ ଗଲା ସମୟରେ କର୍ମଚାରୀ ମାନଙ୍କ ଠାରୁ ଡକ୍ଟର ମାନଙ୍କ ପର୍ଯ୍ୟନ୍ତ ନିଘୋଡ଼ ନିଦରେ ସୋଇଥିବାର ଦେଖିବାକୁ ମିଳିଥାଏ। ରୋଗୀର ଚିକିତ୍ସା ନକରି ଅନ୍ୟତ୍ର ମେଡିକାଲ କୁ ପଠାଇ ଦେଇଥାନ୍ତି। ଏପିରିକି CHC କେନ୍ଦ୍ରରେ ଠିକରେ ମିଳୁନି ମେଡିସିନ।ବାଙ୍କୋଈ CHC କେନ୍ଦ୍ରରେ ଆସୁଥିବା ଅନେକ PHC ଗୁଡିକରେ କାହିଁକି ୪-୫ ନର୍ସିଂ ଷ୍ଟାଫ୍ ଡେପୁସନରେ ଅଛନ୍ତି , CHC କେନ୍ଦ୍ରରେ in-charge କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ?ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed