ଲାଞ୍ଜିଗଡ଼ ସହରରେ ଜଳସଙ୍କଟ ବସୁଧା ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ, ବିଡିଓଙ୍କୁ ଦାବିପତ୍ର

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା)
କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ସହରରେ ଜଳ ସଙ୍କଟ ଦେଖାଦେଇଛି। ଗ୍ରୀଷ୍ମଋତୁରେ ଆବଶ୍ୟକ ଅନୁସାରେ ପାଣି ପାଉ ନ ଥିବାରୁ ବିଭିନ୍ନ ପଡ଼ାର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଏପରିସ୍ଥଳେ ବସୁଧା ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ ନେଇ ଲୋକେ ଲାଞ୍ଜିଗଡ଼ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି I ଜଳ ସମସ୍ୟାକୁ ନେଇ ୨୦୧୦ ମସିହାରେ ୧ କୋଟି୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସହରର ବିଭିନ୍ନ ପଡ଼ାକୁ ଜଳଯୋଗାଣ ପାଇଁ ସରକାର ଅନୁମତି ପ୍ରଦାନ କରିଥିଲେ। ନିକଟରେ ଥିବା ବଂଶଧାରା ନଦୀରୁ ଜଳ ଯୋଗାଣ ପାଇଁ ବିଭିନ୍ନ ପଡ଼ାକୁ ପାଇପ୍ ବିଛା ଯାଇଥିଲା । ମାତ୍ର ୨ରୁ ୩ ବର୍ଷ ମଧ୍ୟରେ ନିମ୍ନମାନର ପାଇପ ଓ କାମ ଯୋଗୁ ସେସବୁ ବାରମ୍ବାର ଫାଟି ଯାଉଥିଲା। ଏହି ପାଇପ୍ ପାଣି ଉପରେ ଲାଞ୍ଜିଗଡ଼ ସହରର କଲୋନିପଡ଼ା, ଗୌଡ଼ପଡ଼ା, ଡମିଶିପଡ଼ା, ପ୍ରଧାନୀପଡ଼ା, ପୂଜାରୀପଡ଼ା, ମହାଦେବପଡ଼ା, ବଡ଼ପଡ଼ା, ରାଜାପଡ଼ା, ପାତ୍ରପଡ଼ା, ଆଶ୍ରମପଡ଼ା, କୁମ୍ଭାରପଡ଼ା ଭଳି ୧୨ ପଡ଼ାର ପ୍ରାୟ ୧୫ ଶହ ପରିବାର ନିର୍ଭର କରୁଥିଲେ। ହେଲେ ନିୟମିତ ପାଣି ମିଳୁ ନ ଅଭିଯୋଗ ପରେ ୨୦୧୩ରେ ସୌରଚାଳିତ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାୟ ସା ସାଢ଼େ ४ ଲକ୍ଷ ଟଙ୍କା ଟଙ୍କା ଅଟକଳ ମୂଲ୍ୟ ରହିଥିଲା। ସହରର ପଡ଼ାଗୁଡ଼ିକରେ ପୂର୍ବରୁ ଥିବା ନଳକୂଅରେ ସୋଲାର୍ ସହିତ ମୋଟର ସଂଯୋଗ କରାଯାଇ ଜଳଯୋଗ ପାଗାଣ ହେଉଥିଲା । ମାତ୍ର ୩ବର୍ଷ ମଧ୍ୟରେ ରେ ରକ୍ଷଣାବେକ୍ଷଣ ଅଭାବରୁ ସୋଲାର୍ ପମ୍ପଗୁଡ଼ିକ ବନ୍ଦ ହୋଇ ହୋଇଥିଲା। ଅନ୍ୟପଟେ ନଳକୂପ ଗୁଡ଼ିକ ବହାର ନ ହେବାରୁ କଳଙ୍କି ଲାଗି ପାଇପ୍ ନଷ୍ଟ ହୋଇଥିଲା। ଫଳରେ ନଳକୂଅରୁ ଲୋକେ ପାଣି ନ ପାଇବା ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ସହ ବ୍ଲକ ସମ୍ମୁଖରେ
ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନ
ପକ୍ଷରୁ ୨୦୨୩ ମସିହାରେ ଲାଞ୍ଜିଗଡ଼ରେ
ଜଳ ଯୋଗାଣ ପାଇଁ ୫ କୋଟି ୫୦ ଲକ୍ଷ
ଅଟକଳ ମୂଲ୍ୟରେ ବସୁଧା ଯୋଜନାରେ
ମେଗା ପ୍ରକଳ୍ପ ନିର୍ମାଣ ପାଇଁ ସରକାରରଙ୍କ
ପକ୍ଷରୁ ଅନୁମତି ମିଳିଥିଲା। ଠିକାଦାର
୨୦୨୪ରେ କାମ ଆରମ୍ଭ କରିଥିଲେ। ୨୦୨୫ରେ ବିଭିନ୍ନ ପଡ଼ାରେ ପାଇପ୍
ବିଛାଯାଇଥିଲା। ଜଣେ ପରେ ଜଣେ ୩ ରୁ ୪ଜଣ ଠିକାଦାର ବଦଳିବା ସହିତ କାମ ମନ୍ଥର ଯୋଗୁ ଲୋକେ ହଇରାଣ
ହଉଥୁବା ଅଭିଯୋଗ କରିଛନ୍ତି । ଦାବିପତ୍ର
ଦେବା ସମୟରେ ଲାଞ୍ଜିଗଡ଼ ନାଏବ
ସରପଞ୍ଚ ହରେକୃଷ୍ଣ ତାଣ୍ଡି, ସାମାଜିକ କର୍ମୀ
ପରମାନନ୍ଦ ନାଏକ ଓ ଅନ୍ୟମାନେ ଉପସ୍ଥିତ
ଥିଲେ। ଏ ସମ୍ପର୍କରେ ବିଡିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ଏ ନେଇ ଅଭିଯୋଗ ମିଳିବା ପରେ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରିଛି ସୋମବାର ଯନ୍ତ୍ରୀ ସେଠାକୁ ଯାଇ ତଦନ୍ତ କରିବା ପରେ ଏହାର ଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ।
ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ଉପାନ୍ତ ଖବର
