June 19, 2026

ଗଞ୍ଜାମ ପ୍ରେସ୍ କ୍ରିକେଟ ଏକାଦାଶ ଚମ୍ପିୟାନ l

IMG-20230830-WA0032
Share

ଗଞ୍ଜାମ ପ୍ରେସ୍ କ୍ରିକେଟ ଏକାଦାଶ ଚମ୍ପିୟାନ l
—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ରେ ଗଞ୍ଜାମ ଏନଏସି ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ସହର ସ୍ଥିତ ଭାରାତିଵିଦ୍ୟାପୀଠ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଆୟୋଜିତ ହୋଇଥିଲା l 4ଗୋଟି ଟିମ କୁ ନେଇ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଥିଲା l ଏଥିରେ ଗଞ୍ଜାମ ଏନଏସି, ଖଲ୍ଲିକୋଟ ଏନଏସି, ଗଞ୍ଜାମ ପୋଲିସ ଓ ଗଞ୍ଜାମ ପ୍ରେସ ଏକାଦଶ ଭଗନେଇଥିଲେ l
ଗଞ୍ଜାମ ଏନଏସି ଓ ଗଞ୍ଜାମ ପ୍ରେସ ଏକାଦାଶ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହୋଇଥିଲା l ଏଥିରେ ଗଞ୍ଜାମ ଏନଏସି ଏକାଦାଶ କୁ ହରାଇ ଗଞ୍ଜାମ ପ୍ରେସ ଏକାଦାଶ ଚମ୍ପିୟାନ ହୋଇଥିଲା l ଫାଇନାଲ ମ୍ୟାଚ ରେ ଟସ ଜିତି କରି ଏନଏସି ଏକାଦାଶ ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତି ନେଇ ଥିଲା ନିର୍ଦ୍ଧାରିତ 12 ଓଭରରେ 4 ବିକେଟ ହରାଇ 67 ରନ କରିଥିଲେ l ଦ୍ୱିତୀୟ ରେ ବ୍ୟାଟିଙ୍ଗ କରି 5 ବିକେଟ ହରାଇ ପ୍ରେସ ଏକାଦାଶ ଶେଷ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ଚାମ୍ପିୟାନ ହୋଇଥିଲେ l
ଫାଇନାଲ ମ୍ୟାଚ ରେ ରାକେଶ ରଞ୍ଜନ ଦାସ ମ୍ୟାନ ଅଫ ଦା ମ୍ୟାଚ ବିବେଚିତ ହୋଇଥିଲା ବେଳେ ଜଗତ ଜ୍ୟୋତି ସାମଲ ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇଥିଲେ l ପ୍ରାୟ 13 ବର୍ଷ ପରେ ନିଆରା ଢଙ୍ଗରେ ପାଳନ କରିବା ପ୍ରତିଜ୍ଞା ଗଞ୍ଜାମ ବାସି ଙ୍କ ଖୁସି ରାକ୍ଷୀ ପୂଣ୍ଣିମା ସହ ସ୍ୱାୟତ୍ତ ଶାସନ ଦିବସ ଏକତ୍ରିତ ଭାରତୀ ଵିଦ୍ୟାପୀଠ ମିନି ଷ୍ଟାଡିଅମ ଠାରେ ସଭା ସହ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କୁ ସମସ୍ତେ ସହର ବାସୀଙ୍କୁ ନିମନ୍ତ୍ରଣ କରିଥିବା କହିଥିଲେ ଇଓ ଅଭିନାଶ ମିଶ୍ର

You may have missed