April 25, 2026

ଛତିଶଗଡ ରାଜ୍ୟପାଳଙ୍କ ଦ୍ଵାରା ହାଇଟେକ୍ ଗ୍ରୁପର ଅଧକ୍ଷ ଡ: ତିରୁପତି ପାଣିଗ୍ରାହୀ କଳିଙ୍ଗ ଗୌରବ ୨୦୨୩ ଉପାଧିରେ ସମ୍ମାନିତ

IMG-20230821-WA0016
Share

ଛତିଶଗଡ ରାଜ୍ୟପାଳଙ୍କ ଦ୍ଵାରା ହାଇଟେକ୍ ଗ୍ରୁପର ଅଧକ୍ଷ ଡ: ତିରୁପତି ପାଣିଗ୍ରାହୀ କଳିଙ୍ଗ ଗୌରବ ୨୦୨୩ ଉପାଧିରେ ସମ୍ମାନିତ

ପାରଳାଖେମୁଣ୍ଡି:୨୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ରୁ ଯାଇ ଭୁବନେଶ୍ୱରରେ ଓଡ଼ିଶାରେ ପ୍ରଥମ ଘୋରେଇ ହାଇଟେକ୍ ମେଡିକାଲ କଲେଜ ପ୍ରତିଷ୍ଠା କରି ସୁନାମ ଅର୍ଜନ କରିଥଲେ ଡ: ତିରୁପତି ପାଣିଗ୍ରାହୀ l ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେଅତୁଳନୀୟ ଅବଦାନ ପାଇଁ ହାଇଟେକ୍ ଗ୍ରୁପର ଅଧକ୍ଷ ଡ: ତିରୁପତି ପାଣିଗ୍ରାହୀଙ୍କୁ “କଳିଙ୍ଗ ଗୌରବ ୨୦୨୩”ଉପାଧିରେ ସମ୍ମାନିତ କରାଯାଇ ଥିବାରୁ ସମଗ୍ର ଗଜପତି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି ।ଚଳିତ ବର୍ଷ ଓଡିଶା ର ଏକ ଘୋରେଇ ଓଡ଼ିଆ ଟିଭି ଚାନେଲ ଏମ.ବି.ସି.ଟିଭି ସଂସ୍ଥା ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ:ତିରୁପତି ପାଣିଗ୍ରାହୀ ଙ୍କୁ କଳିଙ୍ଗ ଗୌରବ୨୦୨୩ ସମ୍ମାନିତ କରିଥିଲେ l ଆୟୋଜିତ ଏକ କାର୍ଯ୍ୟକ୍ରମ ।ଏହି ଗୌରବ ପାଇବା ପାରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି କି ଏଠି ଜାତି, ଧର୍ମ, ଧନୀ ଗରିବ ସମସ୍ତ ଙ୍କ ଶିକ୍ଷା ପାଇ ଶିକ୍ଷିତ ହେବା ମୌଳିକ ଅଧିକାର ଅଟେ, ଏଣୁ ସମସ୍ତ ଙ୍କୁ ଶିକ୍ଷା ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା ମୋର ଲକ୍ଷ୍ୟ । “କଳିଙ୍ଗ ଗୌରବ ୨୦୨୩” ଉପାଧିରେ ସମ୍ମାନିତ ହୋଇଥିବା ଯୋଗୁ ତାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ଵାଲା ସାୟାମ୍ମା, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ବିର ରାଜୁ, ଜିଲ୍ଲାପରିଷଦ ସଭ୍ୟ ବାଲାରାଜୁ,ଏନ ଏ ସି ଅଧ୍ୟାକ୍ଷା ଶ୍ରୀମତୀ ଏମ. ସୁଧାରାଣୀ, ଉପାଧ୍ୟକ୍ଷ ରାଘୁରାମ ସାହୁ, ବ୍ଲକ ବିଜେଡି ସଭାପତି ଅଖିଳ ପାତ୍ର, ସରପଞ୍ଚ ସଞ୍ଜୟ ମିଶ୍ର, ଯୁବ ନେତା ପ୍ରବୀଣ କୁମାର ସମାଜସେବୀ ତଥା ଶିକ୍ଷାବିତ ଜଗଦୀଶ ପାତ୍ର ପ୍ରମୁଖ ହାଇଟେକ୍ ଗ୍ରୁପର ଅଧକ୍ଷ ଡ:ପାଣିଗ୍ରାହୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

You may have missed