ଲଗାଣ ବର୍ଷାରେ ବେହାଲ୍ କୋଟପାଡ଼ ଅଞ୍ଚଳ,ଯାତାୟାତ ଠପ୍ ୫ ଟି ପଂଚାୟତ ର ପ୍ରାୟ ୧୫ ଗୋଟି ଗାଁ ଜଳ ବନ୍ଦୀରେ..

ପ୍ରଶାସନ ତରଫରୁ ପ୍ରାୟ ୩୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତର ପ୍ରଶାସନ କରିଛି l
ଗତ କାଲି ଇନ୍ଦ୍ରାବତୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ ପତନ ବୃଦ୍ଧି ପାଇ କୋଟପାଡ଼ ଅଞ୍ଚଳ ର ୫ ଟି ପଂଚାୟତ ର ପ୍ରାୟ ୧୫ ଟି ଗାଁ ଜଳ ବନ୍ଦୀ ଘେରରେ ରହିଛି l କୋଟପାଡ଼ ଠାରୁ ଗୁଆଳି,ସଡ଼ରଙ୍ଗା,ବଣିଆ ମୁଖ୍ୟ ରାସ୍ତା ପାଣି ଭରିଯିବା ଯୋଗୁଁ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ।ଯାତାୟାତ ଠପ ହୋଈଯାଇଛି lଏହା ସହ ଗୁମୁଡା,ବେଢାଗୁଡା,ବେଲଗାଁ, ସିରିଶି,ପରିଞ୍ଜି,ବିକ୍ରମପୁର, ଖପୁରିଗୁଡା ଗ୍ରାମ ମାନଙ୍କରେ ମଧ୍ୟ ଜଳ ବନ୍ଦୀ ହୋଇଥିବା
ଜଣାପଡିଛି l କୋଟପାଡ଼ରେ ବର୍ଷା କମିଥିଲେ ସୁଦ୍ଧା ପାଞ୍ଚ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖାଦେଇଛି l କିଛି ଘର ଭାଙ୍ଗି ଯାଇଥିବା ବେଳେ ଅଧିକାଂଶ ଗାଁ ର ଘର ଗୁଡିକରେ ବନ୍ୟା ଜଳ ପ୍ରବେଶ କରିଛି l ୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ପ୍ରଶାସନ ତରଫରୁ କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଯାଇଛି l କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ ବିଳମ୍ବିତ ରାତିରେ ହଠାତ ପାଣି ମାଡ଼ି ଆସିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି lବ୍ଳକ ଓ ତହସିଲ ପ୍ରଶାସନ,ଓଡ୍ରାଫ ଓ କୋଟପାଡ଼ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଆଜି ଜୟପୁର ଉପ-ଜିଲ୍ଲାପାଳ ଯଦୁମଣି ନାୟକ,ବିଡିଓ ସନ୍ଧ୍ୟା ରାଣୀ ସମରଥ,ତହସିଲଦାର ଟ୍ୱିଙ୍କିଲ ସେଠୀ,ଅତିରିକ୍ତ ତହସିଲଦାର ପର୍ଶୁରାମ ସମରଥ,ସମସ୍ତ ବିଭାଗୀୟ ଅଧିକାରୀ,ପିଇଓ ମାନେ ବିଭିନ୍ନ ଗ୍ରାମକୁ ବୁଲି ରାଜସ୍ବ ନିରୀକ୍ଷକ ମାନଙ୍କ ସହ କ୍ଷୟକ୍ଷତି ର ହିସାବ କରୁଛନ୍ତି l ଯଥା ଶୀଘ୍ର ସରକାର ଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି lଉପର ମୁଣ୍ଡରେ ବର୍ଷା ନ ହେଲେ ପରିସ୍ଥିତି ନିୟନ୍ତ୍ରଣ ରେ ରହିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି l ବିଭିନ୍ନ ସ୍ଥାନରେ ଗଛ ଗୁଡିକ ମଧ୍ୟ ଉପୁଡି ଯାଇ ରାସ୍ତା ଅବରୋଧ କରିଥିବା ଜଣାପଡିଛି।
(କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ କୁମାର ପଟ୍ଟନାୟକ)
