ପୁଅକୁ ବଞ୍ଚାଇବାକୁ ବାପା-ମାଆଙ୍କ ଆକୁଳ ନିବେଦନ Blood Cancer Battle
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପଦିମା ଗାଁର ଜଣେ ନାବାଳକ ଗୌର ଗୋପାଳ ରକ୍ତ କର୍କଟରେ ପୀଡ଼ିତ ଥିବା ପରିବାର ପକ୍ଷରୁ କୁହାଯାଇଛି। ପ୍ରାୟ ୪ ମାସ ପୂର୍ବରୁ ଜ୍ୱର ହେବା ପରେ ଗୌର ଗୋପାଳଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ଖରାପ ହୋଇଥିଲା। ଭୁବନେଶ୍ୱର ଓ କଟକର ବିଭିନ୍ନ ହସ୍ପିଟାଲରେ ପରୀକ୍ଷା ଓ ଚିକିତ୍ସା ପରେ ରକ୍ତ କର୍କଟ ରୋଗ ଜଣାପଡ଼ିଥିବା ପରିବାର କହିଛି। ପୁଅର ଚିକିତ୍ସା ପାଇଁ ଘରର ସଞ୍ଚିତ ଅର୍ଥ ଖର୍ଚ୍ଚ କରିବା ସହ ଗୋରୁଗାଈ ବିକ୍ରି କରିଥିବା ପରିବାର କହିଛି। ଆଗାମୀ ଚିକିତ୍ସା ପାଇଁ ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା ଆବଶ୍ୟକ ହୋଇପାରେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଏବେ ସହାୟତା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ପରିବାର।
