August 25, 2026

ଗଞ୍ଜାମ ବ୍ଲକ ରେ ଜନଶୁଣାଣି ଗଞ୍ଜାମ ଜିଲ୍ଳାପାଳ ଶୁଣିଲେ ଲୋକଙ୍କ ଅଭିଯୋଗ 

IMG-20260824-WA0085
Share

 

ଗଞ୍ଜାମ, ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ କନଫରେନ୍ସ ହଲ ରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଜିଲ୍ଳା ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ଉପଜିଲାପାଳ ଶିବାଶିଷ ବରାଳ, ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବହୁ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଜିଲ୍ଲାପାଳ । ଅଭିଯୋଗ ଶୁଣାବା ସଙ୍ଗେ ସଙ୍ଗେ ସମାଧାନ କରିଥିଲେ l ଆଉ କିଛି ଅଭିଯୋଗକୁ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପାଳ ଙ୍କ ଶୁଣାଣି ବେଳେ ସମୁଦ୍ର କୂଳ ଖାଇବା ବିଷୟ ନେଇ କଣ୍ଟିଆଗଡ଼, ନୀଳାଦ୍ରି ପୁର ଏବଂ ଖଟୁଆ କୁଦା ଗ୍ରାମବାସୀ ଜିଲ୍ଳା ପାଳଙ୍କୁ ଦାବିପତ୍ର ପ୍ରଦାନ କରି ଥିଲେ । ଗୋଖର କୁଦା ସମୁଦ୍ର ବେଳାଭୂମି ଠାରୁ କଣ୍ଟିଆ ଗଡ଼ ବଟେଶ୍ୱର ବେଳାଭୂମି ପର୍ଯ୍ୟନ୍ତ ସମୁଦ୍ରର ଉଚ୍ଚ ଲହଡି ଯୋଗୁଁ କୂଳ ଖାଇବାରେ ଲାଗିଛି । ଯାହା ଫଳରେ ବହୁ ଗ୍ରାମର ଧନ ଜନ ଜୀବନ ନଷ୍ଟ ହେବା ଆଶଙ୍କା ରହିଛି ବୋଲି ଦାବି ପତ୍ରରେ ଉଲେଖ ରହିଛି ।

 

ଜିଲା ପରିଷଦ ସଭ୍ୟ ସନାତନ ବେହେରା, ବଟେଶ୍ୱର ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର କୁମାର ତରାଇ, ପୂର୍ବତନ ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ଯୁବ ନେତା ରଞ୍ଜିତ ପଲାଇ, ଖଟୁଆ କୁଦା ଗ୍ରାମ୍ୟ କମିଟି ପୂର୍ବତନ ସଭାପତି ବୃନ୍ଦାବନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣିଲା ପରେ ଖୁବ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଳା ପାଳ ପ୍ରତିଶୃତି ଦେଇଥିବା ଜଣା ପଡିଛି । ଏହି ଅଭିଯୋଗ ଶୁଣାଣି ବେଳେ ଜିଲା ଓ ବ୍ଲକ ସ୍ତରୀୟ ସମସ୍ତେ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ