August 25, 2026

ବିଦ୍ୟୁତ ଆଘାତ ରେ ୨ ଯୁବକ ମୃତ୍ୟୁ |ଗ୍ରାମରେ ଶୋକାକୁଳ ପରିବେଶ ..

IMG-20260824-WA0084
Share

 

କୁଜଙ୍ଗ

ତା 24/8/26

ଜଗତସିଂହପୁର ଥାନା ଅନ୍ତର୍ଗତ ପଟସରା ପଞ୍ଚାୟତ ବେନୁଖଣ୍ଡା ଗ୍ରାମରେ ଘଟିଛି ଅଘଟଣ |ସେହି ଗ୍ରାମର ବ୍ରଜବନ୍ଧୁ ସାହୁ ଙ୍କ ଅଜୟ ସାହୁ (୨୬ )ଏବଂ ହଡ଼ା ଭୋଇ ଙ୍କ ପୁଅ ସାଗର ଭୋଇ (୨୨ )ବିଲକୁ ଟ୍ରାକ୍ଟର ଯୋଗେ ହଳ କରିବାକୁ ଯାଇଥିଲେ | ଗହୀର ରେ ଅନେକ ଜମି ଚାଷ ସାରି ଘରକୁ ଫେରିବା ସମୟରେ ବେନୁଖଣ୍ଡା ଠାରେ ଥିବା ଉଠା ଜଳ ସେଚନ ପ୍ରକଳ୍ପ କୁ ମାଟି ତଳେ ସଂଯୋଗ କରୁଥିବା ବିଦ୍ୟୁତ ତାର ସହିତ ଟ୍ରାକ୍ଟର ରୋଟର ଲାଗିଯିବାରୁ ବିଦ୍ୟୁତ ତାର ସମ୍ପୂର୍ଣ ଗୁଡ଼ାଇ ହୋଇଯାଇଥିଲା | ଟ୍ରାକ୍ଟର ଡ୍ରାଇଭର ଅଜୟ ସାହୁ ଏବଂ ହେଲପେର ସାଗର ଭୋଇ ଙ୍କ ର ବିଦ୍ୟୁତ ସଂସ୍ପର୍ଶ ରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ | ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳରେ ବିଦ୍ୟୁତ ସଂଯୋଗ ବିଛିନ୍ନ କରି ୨ ଯୁବକ କୁ ଉଦ୍ଧାର କରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତୀ କରିଥିଲେ | ଡାକ୍ତର ୨ ଯୁବକଙ୍କୁ ଶେଷରେ ମୃତ୍ୟୁ ଘୋଷଣା କରିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ଶତାଧିକ ଗ୍ରାମବାସୀ ୨ ମୃତକ ପରିବାରକୁ କ୍ଷତି ପୂରଣ ଦାବିରେ ଦୀର୍ଘ ସମୟ ଥାନା ଛକ ନିକଟରେ ରାସ୍ତା ରୋକ କରିଥିଲେ |ପୋଲିସ ଘଟଣା ସ୍ଥଳରେ ଗ୍ରାମବାସୀ କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଆନ୍ଦୋଳନ ରୁ ଓହରି ଯାଇଥିଲେ ତେବେ ଏଠାରେ ପ୍ରଶ୍ନଉଠୁଛି ଟ୍ରାକ୍ଟର ଡ୍ରାଇଭର ଏବଂ ହେଲ୍ପର ଙ୍କ ଖାମଖିଆଲି ନିତି ଯୋଗୁ ଅଘଟଣ ଘଟିଥିବା ବେନୁଖଣ୍ଡା ଗ୍ରାମରେ ଚର୍ଚ୍ଚା ହେଉଥିବା ବେଳେ ଉଠା ଜଳ ସେଚଳ ପ୍ରକଳ୍ପ ବିଦ୍ୟୁତ ୱାରିଙ୍ଗ କାର୍ଯ୍ୟ ଠିକ ଭାବେ କରାଯାଇନଥିବାଯୋଗୁ ୨ ଯୁବକ ଶେଷରେ ମୃତ୍ୟୁ ବରଣ କଲେ ବୋଲି ଚର୍ଚ୍ଚା ହେଉଛି |ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )