August 25, 2026

ବେଗୁନିଆ ଗ୍ରାମେଶ୍ବର ମହାଦେବ ଙ୍କ ପୀଠରେ ଶେଷଶ୍ରାବଣୀ ଉତ୍ସବ..

IMG-20260824-WA0083
Share

ତିର୍ତ୍ତୋଲ ତା 24/8/2026 ତିର୍ତ୍ତୋଲବ୍ଲକ, କଟରାପଞ୍ଚାୟତ ଅଧିନ, ପୁଣ୍ୟତୋୟା ହଁସୁଆନଦୀ ତଟବର୍ତ୍ତୀ ବେଗୁନିଆ ଗ୍ରାମରେ ପୂଜାପାଉଥିବା ପ୍ରସିଦ୍ଧ ବାବା ଗ୍ରାମେଶ୍ବର ମହାଦେବ ଙ୍କ ଉପରେ ଜଳାଭିଷେକ କରିବାପାଇଁ, ଶ୍ରାବଣମାସ ର ଶେଷ ସୋମବାର ଦିନ ପ୍ରତ୍ୟୁଷ ରୁ ସାହସ୍ରାଧିକ କାଉଡିଆ, ବୋଲବମ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା l ଏହି ସମସ୍ତ ବ୍ରତଧାରୀ ବୋଲବମ ଭକ୍ତମାନଙ୍କୁ ସ୍ୱାଗତ କରିବାନିମନ୍ତେ ଗ୍ରାମର ସଂକୀର୍ତ୍ତନମଣ୍ଡଳୀ ଦ୍ୱାରା ମହାମନ୍ତ୍ର ନାମସଂକୀର୍ତ୍ତନ ରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା l ଏଥି ସହିତ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ସମସ୍ତ ବୋଲବମ ଭକ୍ତମାନଙ୍କ ପାଇଁ ଘର୍ଷଣପଣା ଓ ପ୍ରସାଦସେବନ ର ବ୍ୟବସ୍ଥା କରାଯାଇଥିଲା l ଏହି ଶ୍ରାବଣୀଉତ୍ସବ କୁ ଭାଗବତ ସ୍ୱାଇଁ, ପଦ୍ମନାଭ ରାଉତ, ଯଶୋବନ୍ତ ରାଉତ, ବିପିନବିହାରୀ ନାୟକ, ନିରଞ୍ଜନ ନାୟକ ଓ ଯୁଗଳ ବାରିକ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ l ସୂଚନାଯୋଗ୍ୟ ଦୀର୍ଘ ତିରିଶବର୍ଷ ଧରି ଏଠାରେ ଏହି ଶ୍ରାବଣୀଉତ୍ସବ ପାଳିତ ହୋଇଆସୁଅଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର