April 29, 2026

ଉପାନ୍ତ ଓଡ଼ିଶା ପାକ୍ଷିକ ସମ୍ବାଦପତ୍ରର ଉନ୍ମୋଚନ ଉତ୍ସବ, ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସ୍ଵର ହୋଇ କାର୍ଯ୍ୟ କରିବ – ବିଧାୟକ ଦାଶରଥି

IMG-20230816-WA0035
Share

ଉପାନ୍ତ ଓଡ଼ିଶା ପାକ୍ଷିକ ସମ୍ବାଦପତ୍ରର ଉନ୍ମୋଚନ ଉତ୍ସବ, ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସ୍ଵର ହୋଇ କାର୍ଯ୍ୟ କରିବ – ବିଧାୟକ ଦାଶରଥି
ଭୁବନେଶ୍ବର -16. 8.23 ଗଜପତି ଜିଲ୍ଲାରୁ ପ୍ରକାଶ ପାଉଥିବା ପାକ୍ଷିକ ସମ୍ବାଦପତ୍ର ଉପାନ୍ତଖବର ଭୁବନେଶ୍ବର ସ୍ଥିତ ବୁଲନ ସେବା ସଦନ ଠାରେ ମହା ଆଡମ୍ବର ସହ ଉନ୍ମୋଚନ ଉତ୍ସବ ପାଳନ ହୋଇଥିଲା। ଏହି ଉତ୍ସବରେ ଗଜପତି ଜିଲ୍ଲା ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତ୍ରିକାକୁ ଉନ୍ମୋଚନ କରିଥିଲେ। ଏହି ଉତ୍ସବରେ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ର ରାଜ୍ୟ ସଭାପତି ରବି ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହା ସହ ଓଡ଼ିଶା ମୋ ପରିବାର ତଥା ଓଡ଼ିଆ ସମାଜ ରାଜ୍ୟ ଉପଦେଷ୍ଟା ଡ. ସୁରେନ୍ଦ୍ର ନାଥ ମହାପାତ୍ର, ପୁରୀ ନିମାପଡ଼ା ର ବରିଷ୍ଟ ସମାଜସେବୀ ଜ୍ୟୋତ୍ସ୍ନା ରାଣୀ ନାୟକ, ଅବସର ପ୍ରାପ୍ତ ବରିଷ୍ଟ ପ୍ରଶାସକ ବିନୋଦ କୁମାର ତ୍ରିପାଠୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓକିଲ ଜୀବନଜ୍ୟୋତି ଗଡନାୟକ, ଦୈନିକ ଖବର କାଗଜ ଅନେକ ସୂଚନା ସମ୍ପାଦକ ନିତ୍ୟ ରଞ୍ଜନ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବରେ ପେଶାଦାର ସାମ୍ବାଦିକ ସଙ୍ଗର କାର୍ଯ୍ୟକାରୀ ସଭାପତି ପରମେଶ୍ବର ଦାସ ସଭାପତିତ୍ବ କରିଥିଲେ। ଏହି ଉତ୍ସବକୁ ଉପାନ୍ତ ଓଡ଼ିଶା ୱେବ ଚ୍ୟାନେଲ ପରିଚାଳକ ଅଜିତ କୁମାର ଦାସ, ପୁରୀ ଜିଲ୍ଲା ପ୍ରତିନିଧି ରମେଶ ଚନ୍ଦ୍ର ସାହୁ, ଅସ୍ତରଙ୍ଗ ପ୍ରତିନିଧି ଦୁଃଶାସନ ନାୟକ, ନବରଙ୍ଗପୁର ପ୍ରତିନିଧି ଏମ. ଦିନେଶୁ ଆଚରି, ସାକ୍ଷୀଗୋପାଳ ପ୍ରତିନିଧି କାହୁଁ ପାତ୍ର, ଗୁଣପୁର ପ୍ରତିନିଧି ସୁରେନ୍ଦ୍ର ମହାନ୍ତି ପ୍ରମୁଖ ଏହି ଉତ୍ସବ ଟିକୁ ପରିଚାଳନା କରିଥିଲେ। ସମ୍ବାଦପତ୍ର ସମ୍ପାଦକ ଗଣେଶ ଚନ୍ଦ୍ର ବିଷୋୟୀ ପତ୍ରିକା ଉନ୍ମୋଚନ ଉତ୍ସବରେ ବହୁ ଦୂର ଦୁରାନ୍ତରୁ ଅତିଥି ମାନେ ଯୋଗ ଦେଇଥିବାରୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବହୁ ବଡ ବଡ ପତ୍ରିକା ଦୁର୍ଗମ ଅଞ୍ଚଳର ଖବରକୁ ନିଜ ପତ୍ରିକାରେ ସ୍ଥାନ ଦେଉନଥିବାରୁ ଛୋଟ ଛୋଟ ପତ୍ରିକାର ଗୁରୁତ୍ଵ ରହିଛି ବୋଲି ପ୍ରକାଶ କରିଥିଲେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ସମ୍ପାଦକ ରବି ରଥ। ମୁଖ୍ୟ ଅତିଥି ବିଧାୟକ ଦାଶରଥି ଗମାଙ୍ଗ ନିଜ ଅଞ୍ଚଳରେ ଜଣେ ସାମ୍ବାଦିକ ପତ୍ରିକା ବାହାର କରି ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇ ସରକାରଙ୍କ ଦୃଷ୍ଟିକୁ ଆଣି ଗରିବ ଲୋକଙ୍କ ସ୍ଵର ଭାବେ କାର୍ଯ୍ୟ କରିବ ବୋଲି ଆଶା ପ୍ରକଟ କରିଥିବା ବେଳେ ପତ୍ରିକାର ଉନ୍ନତି କାମନା କରିଥିଲେ। ଏହି ଉତ୍ସବରେ ଶତାଧିକ ଅତିଥି ଉପସ୍ଥିତ ରହି ପତ୍ରିକାର ଉନ୍ନତ କଳେବର ଆଶା କରି ଥିଲେ।