April 30, 2026

ସ୍ୱାଧୀନତା ଦିବସରେ ଆନନ୍ଦପୁରର ବିକାଶ ନିମନ୍ତେ ଫକୀର ପୁର ଠାରେ ଶପଥ ନେଲେ ଝାନ୍ସି

IMG-20230816-WA0017
Share

ସ୍ୱାଧୀନତା ଦିବସରେ ଆନନ୍ଦପୁରର ବିକାଶ ନିମନ୍ତେ ଫକୀର ପୁର ଠାରେ ଶପଥ ନେଲେ ଝାନ୍ସି

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ୭୭ ତମ ସ୍ବାଧିନତା ଦିବସ ପାଳନ କଲେ ସମାଜ ସେବୀ ଝାନ୍ସିରାଣି ଦାସ୍ । ସର୍ବ ପ୍ରଥମେ ଆନନ୍ଦପୁର ପୌର ପରିଷଦର ଫକୀରପୁର ଠାରେ ମହିଳା ମିଶନ ଶକ୍ତି ମା ମାନଙ୍କ ସହ ଜାତୀୟ ତ୍ରିରଙ୍ଗା ପତାକା ଉତୋଳନ କରି ଯୁବ ଶକ୍ତି ଏବଂ ମାତୃ ଶକ୍ତିକୁ ଏକତ୍ରିତ କରାଇ ପବିତ୍ର ତ୍ରିରଙ୍ଗା ପତାକା ତଳେ ଆନନ୍ଦପୁରର ବିକାଶ ନିମନ୍ତେ ଶପଥ ପାଠ କରିଥିଲେ। ସେହି ପରି ଆନନ୍ଦପୁରର ଅବସର ପ୍ରାପ୍ତ ସୈନିକ ସଂଘରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ସୈନିକ ମାନଙ୍କୁ ସର୍ବଜୀତା ଫାଉଣ୍ଡେସନ୍ ତରଫରୁ ଆନନ୍ଦପୁର ମାଟିର ବୀର ପୁତ୍ର ସମ୍ମାନରେ ସମ୍ମାନୀତ କରି ମାନ ପତ୍ର ପ୍ରଦାନ କରିବା ସହ ଆଉ ଏକ ଆନନ୍ଦପୁରର ବୀର ପୁତ୍ର ହରାଇ ଥିବା ଶୁଶାନ୍ତ ଖୁଣ୍ଟିଆଙ୍କୁ ମନେପକାଇ ସ୍ମୃତି ସଭା କରି ତାଙ୍କର ଧର୍ମ ପତ୍ନୀ ଏବଂ ମାଙ୍କୁ ସମବେଦନା ଜଣାଇବା ସହ ଆନନ୍ଦପୁର ମାଟିର ବୀର ପୁତ୍ର ସମ୍ମାନରେ ସମ୍ମାନୀତ କରି ମାନପତ୍ର ଏବଂ ଉତ୍ତରୀୟ ଧର୍ମ ପତ୍ନୀ ଓ ମାଙ୍କୁ ପ୍ରଦାନ କରିଥିଲେ। ସେହିପରି ଭାବେ ଆନନ୍ଦପୁର ଉପଖଣ୍ଡ କାରାଗାର କୁ ଯାଇ ସମସ୍ତ କଏଦୀ ଓ କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରକାର ଫଳ ବଣ୍ଟନ କରିବା ସହ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ସମାଜ ସେବୀ ଝାନ୍ସିରାଣି ଦାସ। ଏହି ପରି ଭିନ୍ନ ଢ଼ଙ୍ଗରେ ସ୍ବାଧୀନତା ଦିବସ ପାଳନ କରୁଥିବା ଦେଖି ସମଗ୍ର ଆନନ୍ଦପୁରର ବୁଦ୍ଧିଜୀବି ଓ ରାଜନୈତିକ ମହଲରେ ପ୍ରଶଂସାର ସୁଅ ଛୁଟୁଛି।

You may have missed