October 17, 2026

ମଣିଜଙ୍ଗା ଇ-କାର୍ଟ ହବ୍‌ରୁ ଲକ୍ଷାଧିକ ଟଙ୍କା ନେଇ ଡେଲିଭରି ବୟ ଚମ୍ପଟ ମାରିବା ଅଭିଯୋଗ…

IMG-20261017-WA0044
Share

 

 

 

 

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗାଠା ରେ ଥିବା ଇ-କାର୍ଟ ହବ୍‌ରୁ ଟଙ୍କା ନେଇ ଜଣେ ଡେଲିଭରି ବୟ ଫେରାର ହୋଇଯାଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଇ-କାର୍ଟର ମଣିଜଙ୍ଗା ହବ୍‌ରେ ଡେଲିଭରି ବୟ ଭାବେ କାର୍ଯ୍ୟରତ କାହ୍ନୁଚରଣ ବଡ଼ୁ, ପିତା ଭାଗୀରଥି ବଡ଼ୁ, ଦୀର୍ଘ ୩ ବର୍ଷ ଧରି କାମ କରି ଆସୁଥିଲେ । ଗତକାଲି ସେ ହବ୍‌ରୁ ବିଭିନ୍ନ ପାର୍ସଲ ଡେଲିଭରି କରିବା ପାଇଁ ବାହାରିଥିଲେ । ଦୁର୍ଗା ପୂଜା ଅବସରରେ ଅଧିକ ସଂଖ୍ୟକ ପାର୍ସଲ ଅର୍ଡର ଥିବାରୁ ସେ ଅନେକ ପାର୍ସଲ ନେଇ ଡେଲିଭରି ପାଇଁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ପରେ ମଧ୍ୟ ସେ ହବ୍‌କୁ ଫେରି ନଥିଲେ । ଅଭିଯୋଗ ଅନୁସାରେ, ସେ ପାର୍ସଲ ଗୁଡ଼ିକ ଡେଲିଭରି କରି ଗ୍ରାହକଙ୍କ ଠାରୁ ଆଦାୟ କରିଥିବା ୨.୬୮୮୩୯/୦୦ (ଦୁଇ ଲକ୍ଷ୍ୟ ଅଡସଠି ହଜାର ଆଠଶହ ଅଣ ଚାଳିଶ ) ଟଙ୍କା ହବ୍‌ରେ ଜମା ନକରି ଫେରାର ହୋଇ ଯାଇଛନ୍ତି । ଏ ନେଇ ମଣିଜଙ୍ଗା ହବ୍‌ର ଇନ୍‌ଚାର୍ଜ ଅରୁଣ କୁମାର ମହାନ୍ତି ତିର୍ତ୍ତୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ଜାରି ରହିଛି ।  ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

You may have missed