October 17, 2026

ଆଜି ମାନ୍ୟବର ହସ୍ତତନ୍ତ, ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଗୁହା ପୁନମ ତପସ କାମରଙ୍କ ଡ଼ମ୍ବସରା ସ୍କୁଲ ଗସ୍ତ

IMG-20261017-WA0046
Share

 

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ମାନ୍ୟବର ହସ୍ତତନ୍ତ, ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଗୁହା ପୁନମ ତପସ କୁମାର, IAS, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ସିଡିଓ, ରାୟଗଡ଼ା, ଶ୍ରୀ ଦିଲୀପ ଦୁଧାଲ ଅଭିଷେକ, ଉପ-ଜିଲ୍ଲାପାଳ, ଗୁଣୁପୁର, ଶ୍ରୀ ସ୍ୱସ୍ତିକ ଜମାଦାର, ବିଡିଓ, ଗୁଣୁପୁର ଆଜି ପି. ଏମ୍. ଶ୍ରୀ. ସରକାରୀ (SSD) ବାଳିକା ଉଚ୍ଚ ବିଦ୍ୟାଳୟ, ଡମ୍ବସରା ପରିଦର୍ଶନ କରିଥିଲେ।ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧୀକାରୀ, ଗୁଣୁପୁର ଶ୍ରୀମତୀ ସବିତା ଶବର ଏବଂ ଶ୍ରୀ ଗଙ୍ଗାଧର ବେହେରା,WEO, ଗୁଣୁପୁର ମଧ୍ୟ ଉପସ୍ଥିତ ଥିଲେ ।ସମସ୍ତେ ଛାତ୍ରୀମାନଙ୍କ ସହିତ ଆଲୋଚନା କରି ପ୍ରେରଣାଦାୟକ ବାର୍ତା ଦ୍ୱାରା ଉତ୍ସାହିତ କରିଥିଲେ। ମାନ୍ୟବର ଅତିଥିମାନଙ୍କ ସହିତ ଆଲୋଚନା କରି ଛାତ୍ରୀମାନେ ବହୁତ ଖୁସି ଏବଂ ଉତ୍ସାହିତ ହୋଇଥିଲେ। ଏହା ବିଦ୍ୟାଳୟର ସମସ୍ତ ଛାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା। ଅନେକ ଦିନ ପରେ ନିଜର ପୋଷ୍ୟ ବିଦ୍ୟାଳୟକୁ ପରିଦର୍ଶନ କରିବା ଅବସରରେ ସମସ୍ତ ଅନ୍ତେବାସୀଙ୍କ ସୁବିଧା ଓ ଅସୁବିଧା ପଚାରି ବୁଝିଥିଲେ l ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନେ ସେମାନଙ୍କ ଦ୍ଵାରା ପେନସିଲରେ ପ୍ରସ୍ତୁତ ସଚିବଙ୍କ ପ୍ରତିଛବିକୁ ପ୍ରଦାନ କରିଥିଲେ ଯାହା ଉପସ୍ଥିତ ସମସ୍ତ ଅତିଥିଙ୍କୁ ଭାବବିହ୍ବଳ କରିଦେଇଥିଲା l ବାସ୍ତବିକ ଜୀବନ ରେ ସଫଳତା ହାସଲ କରିବା ପାଇଁ ଅନେକ ପରିଶ୍ରମ ଓ ସଂଘର୍ଷ କରିବାକୁ ହେବ ଏବଂ ଲକ୍ଷ୍ୟ ସ୍ଥିର କରି ତାକୁ ସାକାର କରିବା ନିମନ୍ତେ କଠୋର ଅଧ୍ୟବସାୟ ଦରକାର ବୋଲି ଅତିଥିମାନେ ଉଦବୋଧନ ଦେଇଥିଲେ l

You may have missed