ବାବେବିରା ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କଲେ ବିଧାୟକ
ବରଗଡ,
ଅତାବିରା ନିର୍ବାଚନମଣ୍ଡଳୀର ବବେବିରା ଗ୍ରାମଠାରେ ନୂତନ ଭାବେ ନିର୍ମିତ ୩ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରର ଶୁଭ ଉଦ୍ଘାଟନ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଫିତା କାଟି ଅଂଗନବାଡି କେନ୍ଦ୍ର ଟିକୁ ଉଦଘାଟନ କରିଥିଲେ |ଉଦଘାଟନ ସମୟରେ ବିଧାୟକକଂ ସହ ବିଜେପି କାର୍ଯ୍ୟକର୍ତ୍ତା ଶୁଭଜିତ ବାରିକ,ଓଡିଶା ରାଜ୍ୟ କୃଷକ ସଂଗଠନର ପୂର୍ବତନ ସଭାପତି ବୀରେନ୍ଦ୍ର କର,ଲରମ୍ଭା କଲେଜର ଏବିଭିପି ର ସଭାନେତ୍ରୀ ଶେଫାଳି ନାଏକ ,ଅଂଗନବାଡି କର୍ମୀ ତପସ୍ବିନୀ ସାହୁ,ଅଂଗନବାଡି ସହାୟିକା ଆରତୀ ବାରିକ,ସୁପରଭାଇଜର ଗ୍ରାମବାସୀ ଓ କେତେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ତିତ ଥିଲେ |କୋମଳମତି ଶିଶୁମାନଙ୍କୁ ଉତ୍ତମ ଶିକ୍ଷା, ସୁରକ୍ଷିତ ପରିବେଶ ଓ ସଠିକ୍ ପୋଷଣ ଯୋଗାଇବା ସହ ଶିଶୁ ଓ ମାତୃ କଲ୍ୟାଣ କ୍ଷେତ୍ରରେ ଏହି କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଧାୟକ ମତପ୍ରକାଶ କରିଛନ୍ତି |
