May 19, 2024

ଭାରତ ମଲା ରାସ୍ତାରେ ମୃତ ଶରୀର, ହତ୍ୟା ନା ଦୁର୍ଘଟଣା ଦ୍ଵନ୍ଦ ରେ ପୋଲିସ —–

Share

ଭାରତ ମଲା ରାସ୍ତାରେ ମୃତ ଶରୀର, ହତ୍ୟା ନା ଦୁର୍ଘଟଣା ଦ୍ଵନ୍ଦ ରେ ପୋଲିସ —–

(ଉମରକୋଟ ରୁ ଏମ୍ ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ କାଉଡୋଲା ପଂଚାୟତ ର ଧନରା ଗ୍ରାମ ନିକଟ ଦେଇ ଯାଇଥିବା ନବନିର୍ମିତ ଭାରତମାଳା ରାସ୍ତା ଉପରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି!ମୃତକ ଜଣକ ମହଣ୍ଡ ପଂଚାୟତ କ୍ରିଷ୍ନାନଗର ଗ୍ରାମର ମହାଦେବ ମିସ୍ତ୍ରୀ (51) ବୋଲି ଜଣାପଡିଛି । ଅନ୍ୟପଟେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀ ଓ ପରିବାର ବର୍ଗ ଅଭିଯୋଗ ଆଣିଛନ୍ତି।

ସୂଚନାନୁସାରେ ରାୟପୁର ରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିଥିବା ଭାରତମାଳା ପ୍ରକଳ୍ପ ରାସ୍ତା ର ବିଭିନ୍ନ ସ୍ଥାନରେ କଲବେର୍ଟ କାମ ଚାଲିଛି। ଏହି କଲଭର୍ଟ ନିର୍ମାଣ ପାଇଁ ରାଇଘର ବ୍ଲକ ଧନରା ଗ୍ରାମ ନିକଟରେ ପେଟି କଣ୍ଟ୍ରାକ୍ଟର ପରମାନନ୍ଦ ଦାସ ବ୍ରିଜ ନିର୍ମାଣ କାମ ଦାୟିତ୍ୱ ନେଇଥିବା ବେଳେ ଏଥିରେ ମିସ୍ତ୍ରୀ ଭାବେ ମହାଦେବ ମିସ୍ତ୍ରୀ କାମ କରୁଥିଲେ।ଗତକାଲି ସକାଳ ପ୍ରାୟ 6ଟା ରେ ଉକ୍ତ ବ୍ରିଜ ନିକଟରେ ମହାଦେବ ଙ୍କ କ୍ଷତ ବିକ୍ଷତ ଶବ ପଡିଥିଲା। କୁନ୍ଦେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।10ତାରିଖ ରାତି ପ୍ରାୟ 7:30ମିନିଟ ରେ ମହାଦେବ ନିଜ ଘର କ୍ରିଷ୍ଣନଗର କୁ ବାଇକ ଯୋଗେ ବାହାରିଥିଲେ।ତେବେ ବ୍ରିଜ ନିକଟରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ମହାଦେବ ଙ୍କ ସହିତ କାମ କରୁଥିବା ରାମ ସ୍ୱରୂପ ମରକାମ କହିଛନ୍ତି!ଅନ୍ୟପଟେ ମହାଦେବ ଙ୍କ ଦୁର୍ଘଟଣା ରେ ମୃତ୍ୟୁ ଘଟିନି, ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ମହାଦେବଙ୍କ ବଡ଼ ଭାଇ ବାସୁଦେବ ମିସ୍ତ୍ରୀ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ସାଇଣ୍ଟିଫିକ ଟିମ ଡକାଇ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ। ମହାଦେବଙ୍କ ବେକ, ଶରୀର ଏବଂ ମୁଣ୍ଡରେ କ୍ଷତବିକ୍ଷତ ଚିହ୍ନ ଥିବା ସହିତ ମୃତଦେହ ପଡ଼ିଥିବା ସ୍ଥାନରୁ ପ୍ରାୟ 500 ମିଟର ଦୂରରେ ରେନ କୋଟ ଥିବା ବ୍ୟାଗ ଓ 400 ମିଟର ପଛରେ ତାଙ୍କ ମୋବାଇଲ ପଡିଥିଲା। ଏପରିକି ଉକ୍ତ ରାସ୍ତା ର କିଛି କିଛି ସ୍ଥାନରେ ରକ୍ତ ଛିଟା ମଧ୍ୟ ପଡିଥିବାରୁ ମହାଦେବ ଙ୍କୁ ହତ୍ୟା କରାଯାଇଥିବା ନେଇ ବଡ଼ ଭାଇ ବାସୁଦେବ ଅଭିଯୋଗ କରିଛନ୍ତି!ଅନ୍ୟପଟେ ନ୍ୟାୟ ଦାବିରେ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରୁ ଶବ ଉଠାଇବାକୁ ଦେଇନଥିଲେ!ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ପରେ ପ୍ରାୟ 10 ଘଣ୍ଟା ପରେ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ। ଏନେଇ କୁନ୍ଦେଇ ଥାନାରେ କେସ ନଂ 76/23, ଆଇ ପି ସି ଧାରା 302/34ଅନୁଯାଇ ହତ୍ୟା ମାମଲା ରୁଜୁ କରାଯଇଥିବା ବେଳେ ପୋଲିସ ତନାଘନା କରୁଛି ।