June 16, 2026

ରାସ୍ତା ସଫା କଲେ ଝାନ୍ସିରାଣୀ ଦାସ

IMG-20230805-WA0029
Share

ରାସ୍ତା ସଫା କଲେ ଝାନ୍ସିରାଣୀ ଦାସ

ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ହାଟଡିହି ବ୍ଲକର ହାବଳେଶ୍ୱର ଗ୍ରାମ ପଞ୍ଚାୟତ ଅଧୀନ ଡିମିରୀଆ ଓ ଶାଳବଣି ଗ୍ରାମକୁ ସଂଯାଗ କରିଥିବା ଏକ ମାତ୍ର ରାସ୍ତା। ଏହି ରାସ୍ତାରେ ଡିମିରିଆ ଓ ଶାଳବଣି ଗ୍ରାମର ଅନେକ ଲୋକେ ଯିବା ଆସିବା କରନ୍ତି , ତାହା ସହ ଶାଳବଣି ଗ୍ରାମରେ ଥିବା ଭାନୁପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପଢ଼ିବା ଲାଗି ଡିମିରିଆ ଗ୍ରାମରୁ ଅନେକ କୁନି କୁନି ଛାତ୍ରଛାତ୍ରୀ ମାନେ ସେହି ପଙ୍କ ଦଳ ପରିପୂର୍ଣ୍ଣ ପାଣିରେ ପଶି ନିଜ ସ୍କୁଲ୍ କୁ ଯିବା ଆସିବା କରନ୍ତି। ପିଲାମାନଙ୍କ କହିବା କଥା ତାଙ୍କର ଏକ ଫର୍ମାଟିଭ୍ ପରୀକ୍ଷା ଥିବାବେଳେ ଏହି ପାଣିରେ ପଶି ଯିବା ବେଳକୁ ଅନେକ ସମୟ ଲାଗୁଛି , ଯାହା ଫଳରେ ପରୀକ୍ଷରେ ତ୍ରୁଟି ହେଉଛି। ନିଜ ସ୍କୁଲର ଯେଉଁ ପୋଷାକ ଅଛି ତାହା ମଧ୍ୟ ସମ୍ପୂର୍ଣ ଓଦା ହେଇଯାଉଛି , ଯାହା ଫଳରେ ଥଣ୍ଡା ଏବଂଜ୍ବରରେ ସେମାନେ ପଡ଼ୁଛନ୍ତି ବୋଲି କହିଛନ୍ତି। ଏଇ ସମସ୍ୟାକୁ ନେଇ ଗ୍ରାମବାସୀ ମାନେ ହାଟଡିହି ବ୍ଲକ୍ ର BDO ଙ୍କୁ ଫୋନ୍ ଜରିଆରେ ଯୋଗାଯୋଗ କରିଥିଲେ ମଧ୍ୟ ବିଡ଼ିଓ ତାଙ୍କର ଫୋନ ଉଠାଇନଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ରେ ସେ ଝାନ୍ସିରାଣୀ ଦାସଙ୍କୁ ଫୋନ କରିଥିଲେ, ସେ ଏହି ବିଷୟରେ ଖବର ପାଇ ତୁରନ୍ତ ସେହି ଜାଗାଟିକୁ ଦେଖି ଏକ ଜେସିବି ଡକାଇ ପଙ୍କ ଓ ଦଳ ପରିପୂର୍ଣ୍ଣ ରାସ୍ତା ଟିକୁ ସଫାକରାଇଥିଲେ , ତାଙ୍କର ଏହି ମହତ୍ କାର୍ଯ୍ୟକୁ ଆନନ୍ଦପୁରର ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଗ୍ରାମବାସୀ ମାନେ କହିଛନ୍ତି ପ୍ରଶାସନ ତୁରନ୍ତ ଏହାର ଏକ ସ୍ଥାୟୀ ସମାଧାନ କରନ୍ତୁ ଓ ଏକ ଉଚ୍ଚ ରାସ୍ତା ଟିଏ ନିର୍ମାଣ କରନ୍ତୁ।
(ହାଟଡିହି ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ)

You may have missed