ଖୁସି ବାରିକି ଓ ଆୟୁଷ ବେହେରା ଗଞ୍ଜାମ ବ୍ଲକ ଟପର

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
2026 ଚଳିତ ବର୍ଷ ମେଟ୍ରିକ ବୋର୍ଡ ପରୀକ୍ଷା ଫଳାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି l ଏଥିରେ ଗଞ୍ଜାମ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଖୁସି ବାରିକି
ଓ ଭାରତୀ ବିଦ୍ୟାପୀଠର ଛାତ୍ର ଆୟୁଷ ବେହେରା ଗଞ୍ଜାମ ବ୍ଲକ ଟପ୍ପର ହୋଇଛନ୍ତି l ମୋଟ 600 ମାର୍କରୁ ସେ 90% ପ୍ରତିଶତ 540 ମାର୍କ ଉଭୟେ ରଖିଛନ୍ତି l ଖୁସି ହେଉଛନ୍ତି ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଦ୍ୟାଧର ବାରିକି ଓ ବନିତା ବାରିକିଙ୍କ ଝିଅ l ଏବଂ ଆୟୁଷ ଗଞ୍ଜାମ ସହରର ଛାତ୍ର ଅଟେ l ଉଭୟେ କଠିନ ପରିଶ୍ରମ ବାବା ବୋଉଙ୍କ ସହଯୋଗ ଏବଂ ସ୍କୁଲ ଓ ଟିଉସନ ଶିକ୍ଷକଙ୍କ ପ୍ରେରଣାରେ ଏହି ସଫଳତା ପାଇଥିବା ଟପର ଛାତ୍ର ଛାତ୍ରୀ ପ୍ରକାଶ କରିଛନ୍ତି l l
