କୋରାପୁଟରେ ଜୁନ ୧ ତାରିଖରୁ ଧାନ ମଣ୍ଡି ଖୋଲାଯିବ : ଜିଲ୍ଲାପାଳ

IMG-20260509-WA0005
Share

 

*_୧୯୨୯୬ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ କରିଛନ୍ତି I_*

 

ଜିଲ୍ଲାରେ ଜୁନ ୧ ରୁ ଧାନ କିଣା

କୋରାପୁଟ,୮।୫()କୋରାପୁଟ ଜିଲ୍ଲାରେ ଜୁନ ୧ତାରିଖରୁ ରବି ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ହୋଇଛି। ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକରେ ଜିଲ୍ଲା ଯୋଗାଣ ବିଭାଗ ଦ୍ଵାରା ଆୟୋଜିତ ରବି ଧାନକୁ ମଣ୍ଡି ମାଧ୍ୟମରେ ସଂଗ୍ରହ ଓ କ୍ରୟ କରାଯିବା ପାଇଁ ଖସଡ଼ା ବୈଠକରେ ପ୍ରସ୍ତୁତ ହୋଇଛି । ଜୁନ ମାସ ୧ ତାରିଖରୁ ମଣ୍ଡି ଖୋଲାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଳାର ୧୩ ଟି ଲ୍ୟାମ୍ପ,୩ ଟି ପାଣି ପଞ୍ଚାୟତ ସମେତ ମଣ୍ଡି ଗୁଡିକରେ ଧାନ କ୍ରୟ ୧ ମାସ ଧରି କରାଯିବ ବୋଲି ସେ କହିଛନ୍ତି । ତଥ୍ୟ ମୁତାବକ ଜିଲ୍ଲାରେ ୧୯୨୯୬ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ କରିଛନ୍ତି। ବିଗତ ବର୍ଷର ଗଚ୍ଛିତ ଚାଉଳର ୮ ପ୍ରତିଶତ ମିଲର ମାନଙ୍କ ଠାରୁ ଉଠିଥିବା ବେଳେ ବଳକା ଚାଉଳ ଗଚ୍ଛିତ ରହିଛି। ମଣ୍ଡିର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କାଳବୈଶାଖୀ ଓ ଖରାରୁ କିପରି ଧାନ ସହ ଚାଷୀ ସୁରକ୍ଷା ପାଇବେ ତାହା ଉପରେ ଆଲୋଚନା ହୋଇଥିଲା। ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, କୋଟପାଡ ବିଧାୟକ ରୁପୁ ଭତ୍ରା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଦୁଲି,ଜୟପୁର ଉପ ଜିଲ୍ଲାପାଳ ଯଦୁମଣି ନାୟକ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର, ଡିଆରସିଏସ ମନିକା ରାୟଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର ବୈଠକ ପରିଚାଳନା କରିଥିଲେ।