ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ଗରଦପୁର ବ୍ଲକ ପାଇ ଖୁସି ଓ ଗର୍ବର କଥା ଆଣିଛନ୍ତି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସ୍ମିତମ ସମୋଲିକା ପାଣି ।

IMG-20260508-WA0040
Share

ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ଗରଦପୁର ବ୍ଲକ ପାଇ ଖୁସି ଓ ଗର୍ବର କଥା ଆଣିଛନ୍ତି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସ୍ମିତମ ସମୋଲିକା ପାଣି । ସ୍ମିତମ ସମୋଲିକା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଅଧ୍ୟୟନ କରିବା ସହିତ ପଞ୍ଚାୟତ ବେଡାରି ପଞ୍ଚାୟତର ହରିଦାସପୁର ପଞ୍ଚାୟତ ନାଗମଣି ହାଇସ୍କୁଲ ଅଧୀନରେ ମେଟ୍ରିକ୍ ପରୀକ୍ଷା ଦେଇଥିଲେ। ସ୍ମିତମ୍ ସମୋଲିକା ବାପାଙ୍କ ଅଭାନ ଅନଟନ କୁ ଦେଖି ଭବିଷ୍ୟତରେ ଭଲ ପ୍ରଶାସନିକ ଅଧିକାରୀ ହେବା ଲକ୍ଷ୍ୟରେ ଦିନକୁ 10 ଘଣ୍ଟା କଠିନ ପରିଶ୍ରମ କରିବା ସହିତ ମେଟ୍ରିକ୍ ପରୀକ୍ଷାରେ ଜଣେ ସଫଳ ଛାତ୍ରୀର ପରାକାଷ୍ଠା ଦେଖାଇବା ସହିତ ଗରଦପୁର ବ୍ଲକ ପାଇ ସୁନାମ ଅର୍ଜନ କରିଛନ୍ତି । ଏନେଇ ତାଙ୍କର ସଫଳତା ପଛରେ ତାଙ୍କର ବାପା , ମାଆ, ଜେଜବାପା ଓ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଙ୍କ ଆର୍ଶୀବାଦ ଥିବା କହିବା ସହିତ ବାପା ଅନିଲ ଓ ମା ରସ୍ମିପ୍ରଭା ଙ୍କ ଦୁଃଖ ଆଜି ତାଙ୍କୁ ଏ ଶ୍ରେୟ ଦେଇଛି ବୋଲି କୁହନ୍ତି ସ୍ମିତମ। ଆଜି ଗରଦପୁର ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗୁରୁଜୀ ଗୁରୂମା ଓ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟାମନ୍ଦିର ମନ୍ଦିରର ପୂର୍ବତନ ସଭାପତି ବର୍ତ୍ତମାନର ଶିଶୁ ବିଦ୍ୟାମନ୍ଦିର ର ଉପଦେଷ୍ଟା ବରିଷ୍ଠ ବିଜେଡି ନେତା ଦିଲ୍ଲୀପ ପଣ୍ଡା ସ୍ମିତମ୍ ସମୋଲିକା ପାଣିଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ମାନିତ କରିବା ସହିତ ସ୍ମିତମ ଙ୍କ ଭବିଷ୍ୟତ ଉଜ୍ଜଳ ନେଇ ଆର୍ଶୀବାଦ କରିଥିଲେ ।ସେହିଭଳି ଶିଶୁ ବିଦ୍ୟାମନ୍ଦିର ଚଳିତ ମେଟ୍ରିକ୍ ପରୀକ୍ଷାରେ ଭଲ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପରିଚାଳନା କମିଟିର ରଞ୍ଜିତ ପଣ୍ଡା ସମ୍ମାନିତ କରିଥିଲେ । ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,