September 2, 2026

ଦହିତା ରାବଣ ଦରବାର ପାଇଁ ରାବଣ ବରଣ 

IMG-20260902-WA0037
Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ଗ୍ରାମରେ ଅନୁଷ୍ଠିତ ହେବାକୁଥିବା 37 ତମ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି. ଏ ଅବସରରେ ରାବଣ ଦରବାର ଅନୁଷ୍ଠିତ ହେବ lଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଗ୍ରାମର ଆର୍ତତ୍ରାଣ ସୁନାନୀ ରାବଣ ଭୂମିକାରେ ଅଭିନୟ କରିବେ. ଆଜି ପୂଜା କମିଟି ପକ୍ଷରୁ ଵିଧି ଅନୁସାରେ ବରଣ କରାଯାଇଛି.ପୂଜା କମିଟି ପକ୍ଷରୁ କବିରାଜ ଟିକେଶ୍ୱର ମେହେର, ସରୋଜ ପାଣିଗ୍ରାହୀ, ଦାଶରଥି ହୋତା, ମକରଧ୍ୱଜ ବଗାର, ନୀତେଶ ବାଗ, ଦେବରାଜ ମେହେର, କିଶୋର ଭୋଇ, ସନ୍ତୋଷ ରଣା, ଉପେନ୍ଦ୍ର ପଟେଲ, ଡିଲେଶ୍ୱର, ଖଗେଶ୍ୱର, ପ୍ରମୋଦ, ସୁଦର୍ଶନ ପ୍ରମୁଖ ଏହି ବରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ.