ଚନ୍ଦନଯାତ୍ରା ଉପଲକ୍ଷେ ସାରଳା ପୀଠରେ, ସମର୍ପଣ ଭଜନସନ୍ଧ୍ୟା
ତିର୍ତ୍ତୋଲ ତା2/5/2026 ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ରମଣୀୟ ଓ ଆକର୍ଷଣୀୟ ଚନ୍ଦନଯାତ୍ରା କୁ ସରସ ସୁନ୍ଦର ଓ ଉତ୍ସବମୁଖରିତ କରିବାପାଇଁ ଗତ ଶନିବାର ସଂଧ୍ୟା ରେ, ଝଙ୍କଡ଼ ସାରଳାପୀଠ କନକପୁର ର ସମର୍ପଣ ଭଜନସନ୍ଧ୍ୟା ର କଳାକାର ମାନଙ୍କ ଦ୍ୱାରା ଏକ ଭକ୍ତିସଙ୍ଗୀତ ର ଆସର ଅନୁଷ୍ଠିତ ହୋଇଯାଇଛି l ଯୁବସଙ୍ଗୀତ ନିର୍ଦ୍ଦେଶକ ପ୍ରହଲ୍ଲାଦ ନାୟକ ଙ୍କ ଉପସ୍ଥାପନା ରେ ଆୟୋଜିତ ଏହି ଭଜନସମାରୋହ ରେ ଯୁବକଣ୍ଠଶିଳ୍ପୀ ଅରୁଣ କୁମାର ଜେନା, ବିଭିନ୍ନ ଟଭି ପରଦାରେ ଗାଇଥିବା ଭିନ୍ନକ୍ଷମ ଗାୟିକା ସାଲିନି, ଭାନୁ ପତି, ପପୁ, ସମୀର, ଏଲିନା, ରୋଜାଲିନୀ, ରାଜ ଓ ରାଜେଶ୍ୱର ମହାପାତ୍ର ଭକ୍ତିସଙ୍ଗୀତ ପରିବେଷଣ କରିଥିବାବେଳେ, ଲୁଲା, ରବି, ପ୍ରମୋଦ, ଦିଲ୍ଲୀପ ଓ ଗଣେଶ କୁମାର ବାଦ୍ୟଯନ୍ତ୍ର ପରିଚାଳନା କରିଥିଲେ l ତେବେ ଆସନ୍ତା ଚନ୍ଦନଯାତ୍ରା ଚାପଖେଳ ଶେଷ ଓ ହଳଦୀଖେକ ମେ ଏଗାର ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଓଡିଶାର ଭିନ୍ନଭିନ୍ନ ସ୍ଥାନରୁ ବିଭିନ୍ନସୁନାମଧନ୍ୟ ସଙ୍ଗୀତ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ୱାରା ଏପରି କାର୍ଯ୍ୟକ୍ରମ ପ୍ରତିଦିନ ସନ୍ଧ୍ୟାରେ ଚାଲୁରହିବ ବୋଲି ଆୟୋଜକ ମା ସାରଳା ସେବାୟତ ସମାଜ ତରଫରୁ ଅନନ୍ତ ଚରଣ ରାଉଳ, ବିଶ୍ୱରଞ୍ଜନ ରାଉଳ, ହରେକୃଷ୍ଣ ରାଉଳ, ବାୟାବାବା ଡେକୋରେଟର ସୁରେନ୍ଦ୍ର କୁମାର ପଣ୍ଡା ଓ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ସମସ୍ତ ଆୟୋଜକମାନେ ସୂଚନା ପ୍ରଦାନ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
