ଝଙ୍କଡ଼ ସାରଳା ପୀଠରେ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ଉଦଯାପିତ

IMG-20260503-WA0003
Share

ତିର୍ତ୍ତୋଲ ତା 2/5/2026, ପରମଶାସ୍ତ୍ର ଶ୍ରୀମଦ ଭାଗବତ ମହାପୁରାଣ ଗ୍ରନ୍ଥ ର ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଗତ ଏପ୍ରିଲ 25 ତାରିଖ ଠାରୁ ଶୁଭାରମ୍ଭ ହୋଇଥିବା ବେଳେ, ମେ 1 ତାରିଖ ଶୁକ୍ରବାର, ଚନ୍ଦନପୂର୍ଣମୀ ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ସାରଳା ମଣ୍ଡଳ ଭାଗବତ ଭକ୍ତସମାଜ ଆନୁକୂଲ୍ୟରେ, ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟାସଭାବରେ ପଣ୍ଡିତ ବିଶ୍ୱନାଥ ଶତପଥୀ, ଦିବସବ୍ୟାପି ଭାଗବତ ପାରାୟଣ କରିବା ସହିତ ସଂଧ୍ୟାରେ ପ୍ରବଚନରେ ଅଂଶଗ୍ରହଣ କରି, ବିଭିନ୍ନ ଅଜ୍ଞାତ ପୌରାଣିକ କଥାବସ୍ତୁ ଆଧାରରେ ଭାଗବତ ର ତାତ୍ତ୍ୱିକ ଓ ଭାବାତ୍ମକ ନିର୍ଯ୍ୟାସ ଉପରେ ବକ୍ତବ୍ୟରଖି, ସମବେତ ଭଗବତପ୍ରେମୀ ମାନଙ୍କପାଇଁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ହୋଇଥିଲେ l ମହୋତ୍ସବର ଅଧ୍ୟକ୍ଷ ତଥା ଧାରାବାହିକ ପ୍ରବାଚକ ବାବାଜୀ ନୀଳାଚଳ ଦାସ ମହାରାଜ , ଦୈନିକ ପ୍ରସଙ୍ଗକ୍ରମେ ଭାଗବତ କଥାମୃତ ପରିବେଷଣ କରିଥିଲେ l ଉଦଯାପନୀ ଉତ୍ସବର ଶୁଭସକାଳରେ ପୂଜ୍ୟ ବ୍ୟାସ ପଣ୍ଡିତ ଶତପଥୀ ଙ୍କୁ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା l ତେବେ ଦୀର୍ଘ ଏକ ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ, ମାଆଙ୍କ ସେବାୟତ ହରେକୃଷ୍ଣ ରାଉଳ ଙ୍କ ତତ୍ତ୍ୱାବଧାନ ରେ ପ୍ରସାଦବ୍ୟବସ୍ଥା କରାଯାଇଥିବା ବେଳେ, ସିଦ୍ଧଳ ଜଗନ୍ନାଥମନ୍ଦିରର ବଡ଼ପଣ୍ଡା ଅରୁଣକୁମାର ପଣ୍ଡା ଙ୍କ ପକ୍ଷରୁ ମଧ୍ୟ ମହାପ୍ରସାଦ ପ୍ରଦାନ କରାଯାଇଥିଲା l ପଣ୍ଡିତ ଦେବୀପ୍ରସାଦ ତ୍ରିପାଠୀ ମଞ୍ଚସଞ୍ଚାଳନ କରିଥିବା ବେଳେ ଭିନ୍ନଭିନ୍ନ ଦିବସରେ ମାଆଙ୍କ ବରିଷ୍ଠ ସେବାୟତ ବିଶ୍ୱରଞ୍ଜନ ରାଉଳ, କୁମନ ନନା, ବାବାଜୀ ହିରଣ୍ୟ ଦାସ, ବାବାଜୀ ଗୌରାଙ୍ଗ ଦାସ, ଜ୍ୟୋତିର୍ବିଦ ପ୍ରହଲ୍ଲାଦ ନାୟକ, ସମାଜସେଵୀ ବ୍ରଜକିଶୋର ମଲ୍ଲିକ, ଯୁବସମାଜସେଵୀ ନୃସିଂହ ଚରଣ ରାଉଳ, ଯୁବସେବାୟତ ଅନନ୍ତ ଚରଣ ରାଉଳ ପ୍ରମୁଖ ନିମନ୍ତ୍ରିତ ଅତିଥିଭାବରେ ସାନ୍ଧ୍ୟକାଳୀନ ଜ୍ଞାନ ଯଜ୍ଞ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅମିନିଲୁ ରାୟ, ରାୟଶ୍ରୀ ଟଭି ଚ୍ୟାନେଲରେ ସିଧାପ୍ରସାରଣ କରିଥିଲେ l ତେବେ ଏହିସମସ୍ତ କାର୍ଯ୍ୟକ୍ରମ କୁ କାର୍ଯ୍ୟକାରୀସଦସ୍ୟ ଦେବୀପ୍ରସାଦ ରାଉଳ, ସତ୍ୟଭୂଷଣ ଦାସ, ଆଇନୀଜୀବି ମହେଶ ମହାନ୍ତି, ସାରଦା ପ୍ରସାଦ ରାଉଳ, ଗୁରୁଚରଣ ଜେନା, ଶରତ ଚନ୍ଦ୍ର ଦାସ, ସମାଜସେଵୀ ବିଜୟ ନାୟକ ଙ୍କ ସମେତ ସମସ୍ତ କାର୍ଯ୍ୟକାରୀସଦସ୍ୟ, ମାଆଙ୍କର ସମସ୍ତ ସେବାୟତ ଙ୍କ ସହିତ ଝଙ୍କଡ଼ ଅଞ୍ଚଳ ର ଅଧିବାସୀବୃନ୍ଦ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଶେଷରେ ଆରତୀ, ଗୀତିଗୋବିନ୍ଦ ଗାନ ଓ ଶାନ୍ତିପାଠ କରାଯାଇ ଉଦଯାପନ କରାଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର