ଆଜିର ଖବର..
୧-ଆସନ୍ତା ୨୮ରେ OTET ସହ OSSSC ପରୀକ୍ଷା,ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ଅନେକ ଆଶାୟୀ ପରୀକ୍ଷା ସୂଚୀ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି।
୨-ସକ୍ରିୟ ହେଲା ମୌସୁମୀ, ଜୁନ୍ ମାସରେ ୪୬ ପ୍ରତିଶତ ବର୍ଷା କମ୍,ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡ଼ିସାରିଛି।
୩-ରାଜ୍ୟସଭା କ୍ରସ୍ ଭୋଟିଂ: ବିଜେଡ଼ିର ଅଯୋଗ୍ୟତା ଆବେଦନ ଖାରଜ।କଂଗ୍ରେସର ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଆବେଦନ ବି ଖାରଜ।
୪-ଭୁବନେଶ୍ୱର:ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୋଲିସ।
୫-ନୟାଗଡ଼:ଯୌନ ନିର୍ଯାତନା ଅଭିଯୋଗରେ ଥାନା ଅଧିକାରୀ ସୁଜିତ ଦାସ ନିଲମ୍ବିତ।
୬-ଭୁବନେଶ୍ୱର:କମିଟି ସୁପାରିସରେ ହେବ ଇଞ୍ଜିନିୟରଙ୍କ ବଦଳି; ଗୃହ ଜିଲ୍ଲାକୁ ହୋଇ ପାରିବେନି ପୋଷ୍ଟିଂ।
୭-ଉମରକୋଟ:ରସିକିଆ ଡାକ୍ତର ଅବିନାଶ ମହାନ୍ତି ଗିରଫ,ଭିଡିଓ ପ୍ରଘଟ ଧମକ; ମହିଳାଙ୍କ ଠାରୁ ସୁନା ଅଳଙ୍କାର ଓ ଟଙ୍କା ଠକେଇ ଅଭିଯୋଗ।
୮-ଭୁବନେଶ୍ୱର:ଫ୍ଲାଟ ମାଲିକ ଓ ଭଡ଼ାଟିଆଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ଘର କିଣିବା, ବିକ୍ରି ଓ ଭଡ଼ା ପ୍ରକ୍ରିୟା ହେବ ସହଜ; ଆସିଲା ସରକାରଙ୍କ ନୂଆ ନିୟମ।
୯-ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; “ମୋ ପୁତୁରା ନାଁ ଆସୁଥିଲା, ପୋଲିସ ତାକୁ ଗିରଫ କରିଛି”
୧୦-ଜୁନ୍ ୨୯ରୁ ବନ୍ଦ ହେବ ଶିମିଳିପାଳ; ଖୋଲା ରହିବ ତାଳବନ୍ଧ ଓ ଜାମୁଆଣି ଇକୋଟୁରିଜିମ।
୧୧-ରାୟଗଡ଼ା ଭିଡ଼ ହିଂସା ମାମଲାରେ ମହିଳା କମିସନଙ୍କ କଡ଼ା ଆକ୍ସନ; ୬୦ ଦିନରେ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ, CW ଟିମ୍ ନଜରରେ ତଦନ୍ତ।
୧୨-ଭୁବନେଶ୍ୱର:ଛଟେଇ ବିରୋଧରେ ଲୋୟର ପିଏମଜିରେ ଗର୍ଜିଲେ ସ୍ୱାସ୍ଥ୍ୟମିତ୍ର।
୧୩-ଭାରତ ପାଇଁ ବଡ଼ ଖୁସି ଖବର : ଆନ୍ଧ୍ର ପ୍ରଦେଶରେ ଚିହ୍ନଟ ହୋଇଛି ସୁନାର ବିଶାଳ ଭଣ୍ଡାର,୪ ଜାଗାର ମାଟି ତଳେ ଅଛି ୫୦ ଟନ୍ ସୁନା।
୧୪-କୋଲକାତା:ଶୁଭେନ୍ଦୁ ସରକାରଙ୍କ ପ୍ରଥମ ବଜେଟ୍; ବେରୋଜଗାର ଲୋକଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ଦେବେ ସରକାର।
୧୫-ଦିନେ ଦିଲ୍ଲୀରେ ବିକୁଥିଲେ ସିଙ୍ଗଡ଼ା, ଏବେ ବିଶ୍ୱର ସବୁଠାରୁ ଧନୀ ଅଭିନେତା; ଶାହରୁଖଙ୍କୁ ନେଇ ପଙ୍କଜ କପୁରଙ୍କ ବଡ଼ ଖୁଲାସା।
୧୬-ଲକ୍ଷ୍ନୌର ଅଲିଗଞ୍ଜର ପୁରନିଆରେ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ; ୧୧ ମୃତ।
୧୭-ଲକ୍ଷ୍ନୌ ଅଗ୍ନିକାଣ୍ଡ ଉପରେ ଯୋଗୀଙ୍କ କଡ଼ା ନିର୍ଦ୍ଦେଶ, କହିଲେ- ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ; ପ୍ରଧାନମନ୍ତ୍ରୀ ମୋଦୀ କଲେ ସହାୟତା ରାଶି ଘୋଷଣା।
୧୮-ଦୁନିଆରେ ବଢ଼ିଲା ‘ବ୍ରହ୍ମୋସ’ର କ୍ରେଜ୍: ୟୁଏଇ ଠାରୁ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ୧୪ ଦେଶ କିଣିବାକୁ ରେଡି, ଭାରତର ପ୍ରତିରକ୍ଷା ରପ୍ତାନିରେ ଆସିବ ବଡ଼ ବିପ୍ଳବ।
୧୯-ଇଂଲଣ୍ଡ:ଲେବର ପାର୍ଟି ମଧ୍ୟରେ ବିଦ୍ରୋହ,ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର।
୨୦-କତାର LNG ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ଭାରତୀୟ ସମେତ ୧୩ ଜଣଙ୍କ ମୃତ୍ୟୁ, ୬୬ ଜଣ ଆହତ।
୨୧-ଲେବାନନ୍ ଉପରେ ଆକ୍ରମଣ ପ୍ରସଙ୍ଗରେ ଇସ୍ରାଏଲର ପ୍ରତିକ୍ରିୟା ; ରାଷ୍ଟ୍ର ସୁରକ୍ଷାରେ ସାଲିସ୍ କରିବୁନି।
