କ୍ରୀଡ଼ାଶ୍ରୀ ବିମଳ ବିହାରୀ ବାରିକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

IMG-20260503-WA0004
Share

ତିର୍ତ୍ତୋଲ :- ଏହି ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ସ୍ଥିତ ପତିତପାବନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟ ର ପ୍ରିୟ କ୍ରୀଡା ଶିକ୍ଷକ କ୍ରୀଡ଼ାଶ୍ରୀ ବିମଳ ବିହାରୀ ବାରିକ ଙ୍କ ପ୍ରାପ୍ତାବସର କାଳୀନ ସମ୍ବର୍ଦ୍ଧନା ମହୋତ୍ସବ ବିଦ୍ୟାଳୟ ର ଅଧ୍ୟୟନରତ ଛାତ୍ରଛାତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର କର୍ମକର୍ତ୍ତା, ପତିତପାବନ ବିଦ୍ୟାଳୟ ସମୂହର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନଙ୍କ ମିଳିତ ଉଦ୍ୟମ ରେ ଆୟୋଜିତ ହୋଇଯାଇଅଛି | ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ବାରିକଙ୍କ ସଭାପତିତ୍ୱ ଓ ଆଲୁମିନି କମିଟିର ସଭାପତି ମଳୟ କୁମାର ସାହୁ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ବିଦ୍ୟାଳୟ ର ବିଭିନ୍ନ ଶିକ୍ଷାବର୍ଷ ର ଛାତ୍ରଛାତ୍ରୀ ସେମାନଙ୍କ ଅନୁଭୂତି ଉପସ୍ଥାପନା କରିଥିବା ବେଳେ ବିମଳ ସାରଙ୍କ କୃତି ଓ କୀର୍ତ୍ତିରାଜି ଗୁଞ୍ଜରିତ ହୋଇଥିଲା, ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ହୋଇପାରିଥିଲେ | ଏହି ସମ୍ବର୍ଦ୍ଧନା ମହୋତ୍ସବ ରେ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସମାଜସେବୀ ତଥା ବିଦ୍ୟାଳୟ ର ପ୍ରତିଷ୍ଠିତ ସଭ୍ୟ ବିକ୍ରମ ମହାନ୍ତି ମୁଖ୍ୟବକ୍ତା ଭାବରେ ଏହି ଉଚ୍ଚ ବିଦ୍ୟାଳୟ ସୃଷ୍ଟି ପଛରେ ଥିବା ବହୁମୁଖୀ ଉଦ୍ଦେଶ୍ୟ କୁ ଉପସ୍ଥାପନା କରିଥିବା ବେଳେ ଏହି ପ୍ରକାର ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଯେଉଁ ଶିକ୍ଷକ-କର୍ମଚାରୀ ଅଭାବ ବୋଧ ଦେଖା ଦେଉଛି |ସରକାର ନୂତନ ଶିକ୍ଷକ-କର୍ମଚାରୀ ନିଯୁକ୍ତି କରି ଗ୍ରାମାଞ୍ଚଳ ଉଚ୍ଚ ଶିକ୍ଷାରେ ସହାୟକ ହୁଅନ୍ତୁ ବୋଲି ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ | ଛାତ୍ରଛାତ୍ରୀ, ଛାତ୍ରାଭିଭାବକ ଙ୍କ ଆନ୍ତରିକ ଭଲପାଇବା ସଭାର ପ୍ରତିଟି ଧ୍ଵନିରେ ସ୍ପଷ୍ଟ ଅନୁଭବ ହୋଇଥିଲା | ପରିଶେଷରେ ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ଶିକ୍ଷକ ଦେବେନ୍ଦ୍ର ନାଥ ସୁତାର ମାନପତ୍ର ପାଠ ସହିତ ଧନ୍ୟବାଦ ଅର୍ପଣ କରିଥିଲେ | ସଭା ସାଙ୍ଗରେ ଉପସ୍ଥିତ ସମସ୍ତେ କ୍ରୀଡା ଶିକ୍ଷକ ବିମଳ ବିହାରୀ ବାରିକ ଙ୍କ ସୁଖ, ଶାନ୍ତି କାମନା ନିମନ୍ତେ ପ୍ରଭୁ ଶ୍ରୀ ଶ୍ରୀ ପତିତପାବନ ଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ |ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର