ଆଜିର ଖବର…
୧-ପୁରୀ:ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ, ପୁରୀକୁ ଚାଲିବ ୪ଶହ ସ୍ଵତନ୍ତ୍ର ଟ୍ରେନ୍।
୨-ଆସୁଛି ଲଘୁଚାପ, ଭିଜିବ ସାରା ଓଡ଼ିଶା। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ସୃଷ୍ଟି ନେଇ IMD ପକ୍ଷରୁ ସୂଚନା। ଆହୁରି ଘନୀଭୂତ ହୋଇ ୧୨/୧୩ ବେଳକୁ ଲଘୁଚାପ ସମ୍ଭାବନା।
୩-କେନ୍ଦ୍ରାପଡା:କାଗଜପତ୍ରରେ ଡିପୋରୁ ଉଠୁଛି ପିଡିଏସ୍ କିରୋସିନି, ହେଲେ ହିତାଧିକାରୀଙ୍କୁ ଦେଉନି ଡିଲର, ୩ ବର୍ଷ ହେବ ଚାଲିଛି ଲୁଟ୍।
୪-ବାଲେଶ୍ୱର:ଟ୍ୟୁସନ୍ ନଯାଇ ପୋଖରୀରେ ଗାଧୋଉଥିଲେ ଛାତ୍ର, ପାଣିରେ ବୁଡି ଚାଲିଗଲା ୨ ଜୀବନ।
୫-ନୂଆପଡା:କୋମନା ବନ ବିଭାଗ ପକ୍ଷରୁ ଚଢ଼ାଉ ,ବାରହା ମାଂସ ସହ ୭ ଶିକାରୀ ଗିରଫ।
୬-ତିହିଡି:ସବଟ୍ରେଜରି ଦୁର୍ନୀତି ଖୋଲୁଛି ଗୁମର,୨୦ କୋଟିର ହୋଇଛି ଘୋଟାଲା।
୭-ବେଗୁନିଆ:ସଂଧ୍ୟା ଆକାଶରେ ରହସ୍ୟମୟ ଆଲୋକ; ଆକାଶରେ ହଠତ୍ ଦେଖାଦେଇ ମିଳେଇ ଗଲା।
୮-ବାଲିଅନ୍ତା:ରହସ୍ୟ ଘେରରେ ଜିଆରପି କନଷ୍ଟେବଲ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା; ଗଡ଼ୁଛି ସମୟ, ବଢ଼ୁଛି ସସପେନ୍ସ।
୯-ଜୟପୁର: ମାଲକାନଗିରି ସମବାୟ ବ୍ୟାଙ୍କରୁ ୧.୮ କୋଟି ଆତ୍ମସାତ୍ ମାମଲା, ଜେଲ୍ ଗଲେ ପ୍ରେମୀ ଯୁଗଳ।
୧୦-ଜିତୁ ମୁଣ୍ଡା ମନେ ପକାଇଦେଲେ ଦାନ ମାଝୀଙ୍କ କଥା; ୧୦ ବର୍ଷ ପରେ ବି ଅବହେଳିତ ଦାନ ମାଝୀଙ୍କ ଗାଁ।
୧୧-ଭଞ୍ଜନଗର:କାଳବୈଶାଖୀ ବର୍ଷା ପବନରେ ଗଲା ୨ ଜୀବନ , ବାଉଁଶକୁମ୍ଭ ତଳେ ଚାପି ହୋଇ ଶାଶୁ ଓ ଵୋହୁ ମୃତ।
୧୨-ଧାମରା:ଚାଇନାକୁ ଲକ୍ଷ୍ୟଭେଦ କରି ପାରୁଥିବା କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ।
୧୩-IPL:ଫିନ ଆଲେନଙ୍କ ବିସ୍ଫୋରକ ଶତକ, KKRର ଲଗାତାର ଚତୁର୍ଥ ବିଜୟ; ନିଜ ଘରେ ହାରିଲା DC।
୧୪-IPL ଇତିହାସରେ କେଏଲ୍ ରାହୁଲଙ୍କ ବିରଳ ରେକର୍ଡ, ୩ଟି ଅଲଗା ଅଲଗା ଫ୍ରାଞ୍ଚାଇଜ୍ ପାଇଁ କଲେ ହଜାରେରୁ ଉର୍ଦ୍ଧ୍ଵ ରନ।
୧୫-ଆଇପିଏଲ ୫୨ ତମ ଲିଗ୍ ମ୍ୟାଚ୍:ଆଜି ରାଜସ୍ଥାନ -ଗୁଜୁରାଟ ମୁକାବିଲା।
୧୬-ନୂଆ ଦିଲ୍ଲୀ: ଅଶୋଧିତ ତୈଳ ଦର ଉପର ମୁହାଁ,୧୫ ତାରିଖ ପୁର୍ବରୁ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର।
୧୭-ତାମିଲନାଡୁ: ବିଜୟଙ୍କ ଶପଥକୁ ନେଇ ଦ୍ୱନ୍ଦ୍ୱ,VCKର ଉପମୁଖ୍ୟମନ୍ତ୍ରୀ ପଦ ଦାବିକୁ ନେଇ ଅଡୁଆ।
୧୮-ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ।ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
୧୯-ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ କୋଟିଏ ଟଙ୍କାର ବି ସମ୍ପତ୍ତି ! କାର ବି ନାହିଁ।
୨୦-ତେହେରାନ:ହୋମୁର୍ଜରେ ଆମେରିକା -ଇରାନ ମୁହାଁମୁହିଁ, ଇରାନର ତୈଳ ଟ୍ୟାଙ୍କର ଓ ଜାହାଜକୁ ଆକ୍ରମଣ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
