April 20, 2025

ଗଜପତି ଜିଲ୍ଲା ବନ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଦୁଇ ଦିନିଆ ସ୍ନେକ ହ୍ୟାଣ୍ଡଲିଙ୍ଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Share

ଗଜପତି ଜିଲ୍ଲା ବନ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଦୁଇ ଦିନିଆ ସ୍ନେକ ହ୍ୟାଣ୍ଡଲିଙ୍ଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୮/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଦୁଇ ଦିନିଆ ସ୍ନେକ ହ୍ୟାଣ୍ଡଲିଙ୍ଗ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବନବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀ ଏସ.ଆନନ୍ଦଙ୍କ ତତ୍ୱବାଧାନରେ ଏହି ସ୍ନେକ ହ୍ୟାଣ୍ଡଲିଙ୍ଗ୍ ଟ୍ରେନିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଭିନ୍ନ ବନାଞ୍ଚଳ ତରଫରୁ ଆସିଥିବା ପରିବେଶ ପ୍ରେମୀ ଓ ବନ କର୍ମଚାରୀ ମାନେ ସାପ ଧରିବା ତାର ରକ୍ଷଣାବେକ୍ଷଣ କରିବାର ତାଲିମ ନେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଦୁଇ ଜଣ ଟ୍ରେନର ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଟ୍ରେନିଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସାପ ଓ ସରୀସୃପ ମାନଙ୍କ ବିଷୟରେ ତଥ୍ୟ ଏବଂ କ୍ଷେତ୍ର ପ୍ରଦର୍ଶନି କରି ସାପ ନିୟତ୍ରଣର ବିଧିମାନ ଉଲ୍ଲେଖ କରାଯାଇଥିଲା । ଏହି ସଭାକୁ ସହକାରୀ ବନ୍ୟ ବନ ସଂରକ୍ଷଣ ଅଧିକାରୀ ଅରୁଣ କୁମାର ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ରେଞ୍ଜ ଅଧିକାରୀ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହି ଟ୍ରେନିଙ୍ଗ ଟି କୁ ସଫଳ ରୂପାୟନ କରିଥିଲେ । ଏହା ଦ୍ବାରା ପାରଳାଖେମୁଣ୍ଡି ବନ ଖଣ୍ତରେ ଆଗାମୀ ଦିନରେ ସାପ ଜନିତ ସମସ୍ୟାର ସମାଧାନ ହେବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶଂସା କରାଯାଇଛି ।