August 25, 2026

ବୁଡାସମ୍ବର ନୁଆଁଖାଇ ଭେଟ ଘାଟ ଲାଗି ଚେସ, ରଙ୍ଗୋଲି, ଝୋଟି, ଚିତ୍ରାଙ୍କନ ଏବଂ ମିନି ମାରାଥନ ପ୍ରତିଯୋଗିତା ପାଇଁ ବୈଠକ 

IMG-20260824-WA0079
Share

ପଦ୍ମପୁର : (ଜୟନ୍ତ କୁମାର ସେଠ) ପଦ୍ମପୁର ରାଜବୋଡା ସମ୍ବର ହାଇସ୍କୁଲ ପରିସରରେ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଏ. ଵି. ସି. ଡି. ଆୟୋଜିତ ବୁଡ଼ାସମ୍ବର ନୁଆଁଖାଇ ଭେଟଘାଟ ମାନବାରକେ ଯାଉଛେ। ତାର ପ୍ରସ୍ତୁତି ବୈଠକ ସଭାପତି ଅନିଲ ବେହେରା ଙ୍କ ସଭାପତିତ୍ୱ ରେ ବୈଠକ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ପଦ୍ମପୁର ଅଞ୍ଚଳ ତଥା ସାରା ଓଡ଼ିଶାରେ କ୍ରୀଡା ଶିକ୍ଷକ ଭାବରେ ପରିଚିତ ହୋଇଥିବା ସ୍ବର୍ଗତ ଦୁଃଶାସନ ବୁଡ଼େକ ଆଜ୍ଞା ଙ୍କର ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ନୁଆଁଖାଇ ଭେଟ ଘାଟ ଉଧେ ଆସବାର ତା. ୩୦. ୦୮. ୨୦୨୬ ରବିବାର ଦିନ ସକାଳର ଘ ୯. ୦ ସମୟରେ ରାଜବୋଡା ସମ୍ବର ହାଇସ୍କୁଲ ରେ ଚେସ ପ୍ରତିଯୋଗିତା, ତା. ୦୬. ୦୯. ୨୦୨୬ ରବିବାର ଦିନ ସକାଳର ଘ.୯ ବଜାରୁ ରାଜାଜୀ ଟାଉନ ହଲ ଠାରେ ରଙ୍ଗୋଲି ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ତା. ୧୩. ୦୯. ୨୦୨୬ ପ୍ରଥମ ମିନି ମାରାଥନ ଦୌଡ ପ୍ରତିଯୋଗିତା ଭେଉଁରିଆ ଛକ ରୁ ସକାଳ ୭ ଘଣ୍ଟା ରୁ ଆରମ୍ଭ ହେବ ଇଣ୍ଡୋର ଷ୍ଟେଡ଼ିଅମ ପର୍ଯ୍ୟନ୍ତ ଏବଂ ସେଠାରୁ ପୁଣି ଭେଉରିଆ ଛକ ରେ ସମାପ୍ତ ହେବ। ତା. ୧୫. ୦୯. ୨୦୨୬ ମଙ୍ଗଳବାର ଦିନ ରାଜବୋଡା ସମ୍ବର ହାଇସ୍କୁଲ ପ୍ରାଙ୍ଗଣ ରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଆୟୋଜିତ ହେବାର ବୈଠକ ରେ ସ୍ଥିରୀକୃତ ହୋଇ ଯାଇଛି । ଆଜିର ବୈଠକରେ ସଭାପତି ଅନିଲ ବେହେରା, ସମ୍ପାଦକ ରଘୁନାଥ ପୁରୀ, ସହ ସମ୍ପାଦକ ପ୍ରତାପ ନାଥ,ସୁରେଶ ମିଶ୍ର, ଲିଙ୍ଗରାଜ ସାହୁ, ସହଦେଵ ମେହେର, ଅଂଶୁମାନ ମେହେର, ଶାନ୍ତ ସଂଗ୍ରାମ ଭୋଇ, ସୁମନ୍ତ କୁମାର ସାହୁ, ଶ୍ରୀ ଚନ୍ଦ୍ରମଣୀ ସାହୁ (ଖେଳ ଶିକ୍ଷକ)ଓ ବିଦେଶୀ ସାହୁ (ଖେଳ ଶିକ୍ଷକ)ଉପସ୍ଥିତ ଥିଲେ।