June 24, 2026

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ସାମ୍ବାଦିକ ଏକାଦଶ ବନାମ ପୌରପରିଷଦ ଏକଦେଶ ମଧ୍ୟରେ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ

IMG-20230828-WA0006
Share

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ସାମ୍ବାଦିକ ଏକାଦଶ ବନାମ ପୌରପରିଷଦ ଏକଦେଶ ମଧ୍ୟରେ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୮/୮(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ସାମ୍ବାଦିକ ଏକାଦଶ ବନାମ ପୌରପରିଷଦ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଆଜି ସକାଳେ ପ୍ରଥମେ ଏକ ୧୦ ଓଭରର କ୍ରିକେଟ ମ୍ୟାଚ୍ ୨ଟି ସାମ୍ବାଦିକ ଦଳଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗୋଟିଏ ଦଳର ନେତୃତ୍ୱ ସାମ୍ବାଦିକ ବାସୁଦେବ ଦାଶ ନେଇଥିବା ବେଳେ ଅନ୍ୟ ଦଳଟିର ନେତୃତ୍ୱ ସାମ୍ବାଦିକ ସୋରଜ ବିର ନେଇଥିଲେ । ବାସୁଦେବ ଙ୍କ ନେତୃତ୍ୱରେ ସାମ୍ବାଦିକ କ ଟିମ୍ ୧୦ ଓଭରରେ ୮୮ ରନ କରିଥିବା ବେଳେ ସୋରଜଙ୍କ ନେତୃତ୍ୱରେ ଟିମ୍ ଖ ୧୦ ଓଭରରେ ୭୪ ରନ କରିଥିଲେ । ପ୍ରଥମ ମ୍ୟାଚରେ ଟିମ୍ କ ୧୪ ରନ ବ୍ୟବଧାନରେ ଜିତାପଟ ହାସଲ କରିଥିଲେ । ସେହିଭଳି ଆଜି ମାଧ୍ୟହ୍ନରେ ପ୍ରଥମ ମ୍ୟାଚରେ ବିଜୟ ଲାଭ କରିଥିବା ସାମ୍ବାଦିକ ଏକାଦଶ ସହ ପୌରପରିଷଦ ଏକାଦଶ ମଧ୍ୟରେ ସ୍ୱାୟତ୍ତ ଶାସନ ଉପଲକ୍ଷେ ଏକ ୧୫ ଓଭରର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମେପୌରପରିଷଦ ଏକାଦଶ ବ୍ୟାଟିଂ କରି ୧୭୯ ରନ ହାସଲ କରିଥିବା ବେଳେ ସାମ୍ବାଦିକ ଏକାଦଶ ୧୧୬ ହାସଲ କରିଥିଲେ । ୬୩ ରନ ବ୍ୟବଧାନରେ ପୌରପରିଷଦ ଏକାଦଶ ବିଜୟ ହୋଇଥଲା । ଏହି ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚରେ ପାରଳାଖେମୁଣ୍ଡି ପୋର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳକୁ ୨ଟି ଦଳକୁ ଶୁଭେଛା ଜଣାଇ ଥିବା ବେକେ କେ.ରାମସ୍ବାମୀ, କେ. ଶ୍ରୀନୁ ଓ ଶୁଭମ ରାଉତ ଅମ୍ପେରିଙ୍ଗ କରିଥଲେ । ଏହି କ୍ରିକେଟ ଖେଳ ପାଇଁ ପାରଳାଖେମୁଣ୍ଡିର ସମସ୍ତ ସାମ୍ବାଦିକ ଏବଂ ପୌରପରିଷଦର ସମସ୍ତ କର୍ମଚାରୀ ଓ ୱାର୍ଡ କାଉନସିଲର ଉପସ୍ଥିତ ଥିଲେ ।