June 29, 2026

କେନ୍ଦୁପାଲି -ବୁରୋଘାଟ ରାସ୍ତା ପାଲଟିଛି ମରଣଯନ୍ତା,ବିଭାଗୀୟ ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ

IMG-20230828-WA0001
Share

କେନ୍ଦୁପାଲି -ବୁରୋଘାଟ ରାସ୍ତା ପାଲଟିଛି ମରଣଯନ୍ତା,ବିଭାଗୀୟ ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ

ଉଲୁଣ୍ଡା – ସରକାର ଗମନା ଗମନର ସୁବିଧା ପାଇଁ ଅନେକ ଯୋଜନା କରି ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଗ୍ରମାଞ୍ଚଳରେ ଅନେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଜନ ସାଧାରଣ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ରାସ୍ତାପାଇଁ ପାଇଁ ଅଞ୍ଚଳବାସୀ ଅନେକ ଦିନ ହେଲା ନେତା,ମନ୍ତ୍ରୀ , ସରପଞ୍ଚ, ବିଧାୟକ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ।ହେଲେ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ମରାମତି ହୋଇପାରି ନାହିଁ ।ଏଭଳି ଏକ ସମସ୍ୟା ଦେଖା ଦେଇଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ l ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଠାରୁ ବୁରୋଘାଟ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦୟନୀୟ ହୋଇ ପଡ଼ିଥିବାବେଳେ ଏହି ରାସ୍ତା ଅତି ନିମ୍ନ ମାନର କାମ ଯୋଗୁଁ ଅଲ୍ପ ଦିନ ମଧ୍ୟରେ ପିଚୁ ଉଠିବା ସହ ଅନେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ୨୦୧୫ ରେ‌ ଏହି ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ତାହା ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ହୋଇପାରିନାହିଁ। ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀ ତଥା ଅନେକ ଜନସାଧାରଣ ଯିବା ଆସିବା କରିଥାନ୍ତି। ବିଶେଷ କରି ଜରୁରୀକାଳୀନ ଯାନବହନ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବିଶେଷ କରି ସନ୍ଧ୍ୟା ସମୟରେ ଯିବାଆସିବା ବେଳେ ଛୋଟ ବଡ ଦୁର୍ଘଟଣା ଶିକାର ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।‌ ଉକ୍ତ ‌ରାସ୍ତା ଦେଇ ମହାନଦୀ ଆରପଟକୁ ବାଉଁଶୁଣୀ,ଦହ୍ୟା , ବହିରା,ଗୁଦଗୁଦା, ତେନ୍ତୁଲିପାଲି,ଶଗଡା ଆଦି ବିଭିନ୍ନ ଗ୍ରାମକୁ ଏହି ରାସ୍ତା ଦେଇ ଲୋକେ ଯିବା ଆସିବା କରିଥାନ୍ତି।
ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ମରାମତି ପାଇଁ ବିଭିନ୍ନ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ। ଯାହାଫଳରେ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ଜନସାଧାରଣ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଉକ୍ତ ରାସ୍ତା ମରାମତି ପାଇଁ ଜନସାଧାରଣରେ ଦାବି ହେଉଛି।

You may have missed