April 29, 2026

ରାୟଗଡ଼ା ଡିଏଫଓ ଘରେ ଭିଜିଲାନ୍ସ ଚଢ଼ାଉ |

IMG-20230824-WA0004
Share

ରାୟଗଡ଼ା ଡିଏଫଓ ଘରେ ଭିଜିଲାନ୍ସ ଚଢ଼ାଉ |

ରାୟଗଡା -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ। ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି। ରାୟଗଡ଼ା ଠାରେ ଭିଜିଲାନ୍ସ ତରଫରୁ ୫ ଜଣିଆ ଟିମ୍ ଚଢାଉ କରୁଛନ୍ତି। ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି। ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଥିଲେ ଭିଜିଲାନ୍ସ ଟିମ୍। ବର୍ତ୍ତମାନ ଚଢ଼ାଉ ଚାଲିଥିବା କାରଣରୁ ଅଧିକ ସୂଚନା ଦେଇନାହିଁ ଭିଜିଲାନ୍ସ।