September 21, 2026

ଦୁଇ ଦଫା ଦାବି ପୂରଣ ପାଇଁ ବୁଗୁଡା ବ୍ଳକ ପିଇଓ ମାନଙ୍କ କଳା ବ୍ଯାଜ୍ ପରିଧାନ 

IMG-20230808-WA0016
Share

ଦୁଇ ଦଫା ଦାବି ପୂରଣ ପାଇଁ ବୁଗୁଡା ବ୍ଳକ ପିଇଓ ମାନଙ୍କ କଳା ବ୍ଯାଜ୍ ପରିଧାନ
ବୁଗୁଡା : ତା ୦୮/୦୮/୨୩ : ବୁଗୁଡା ବ୍ଳକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ)ମାନେ ସେମାନଙ୍କ ଦୁଇ ଦଫା ଦାବି ପୂରଣ ପାଇଁ କଳା ବ୍ଯାଜ୍ ପରିଧାନ କରି ଆନ୍ଦୋଳନ ଆରମ୍ଭ କରି ପ୍ରତିବାଦ କରିଛନ୍ତି । ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ସେମାନେ ୧୮ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଏହି ପଦବୀ ଲାଗି ରହିଥିବା +୨ ପରିବର୍ତ୍ତେ +୩ କରିବା , ଦରମା ହାର ୨୧ ହଜାର ୭ ଶହ ପରିବର୍ତ୍ତେ ୩୫ ହଜାର ୪ ଶହ କରିବା, ଏହି ପଦବୀରେ ରହି ୧୦ ବର୍ଷ କାମ କରିଥିବା ପିଇଓଙ୍କୁ ନୂତନ ପଦବୀ ଜିପିଡିଓ ସୃଷ୍ଟି କରି ଶତ ପ୍ରତିଶତ ପଦୋନ୍ନତି କରିବା ଆଦି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ବୁଗୁଡା ବ୍ଳକ ପିଇଓ ସଂଘର ଉପଦେଷ୍ଟା ମନୋଜ କୁମାର ସାହୁ ଓ ବାଳକୃଷ୍ଣ ଜେନା, ସଭାପତି ସୁବ୍ରତ କୁମାର ଗଡନାୟକ,ସଂପାଦକ ପ୍ରଶାନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ୧୫ ଜଣ ପିଇଓ କଳା ବ୍ଯାଜ୍ ପରିଧାନ ପୂର୍ବକ ପ୍ରତିବାଦ କରିଥିବା ଜଣାପଡିଛି।