September 20, 2026

କୋରାପୁଟରେ ରୁମକୁଝୁମାନା ସୁବର୍ଣ୍ଣପୁର ପକ୍ଷରୁ ଶ୍ରାବଣ ଶ୍ରୀକ୍ଷେତ୍ର ନୂଆଁଖାଇ-୨୦୨୬ ପାଳିତ

IMG-20260920-WA0079
Share

 

କୋରାପୁଟ, ୨୦ ସେପ୍ଟେମ୍ବର: କୋରାପୁଟ ସ୍ଥିତ କୋଲଚୁରାଲ ସୋସାଇଟି ପରିସରରେ ରୁମକୁଝୁମାନା ସୁବର୍ଣ୍ଣପୁର ପକ୍ଷରୁ ଶ୍ରାବଣ ଶ୍ରୀକ୍ଷେତ୍ର ନୂଆଁଖାଇ-୨୦୨୬ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶାଶ୍ୱତ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟର ସଂସ୍କୃତି ଅଧିକାରୀ ପ୍ରୀତିଶୁଧା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଁଖାଇ ପର୍ବର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସମାଜସେବୀ ମମତା ଦାଶ, ବଳଦେବ ପ୍ରଧାନ, ଶ୍ରଦ୍ଧାଞ୍ଜଳି ମିଶ୍ର ଓ ଗୀତାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଭୂଦତ୍ତ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଡ଼. ଅଳକା ମିଶ୍ର, କୋରାପୁଟର ବରିଷ୍ଠ ଆଇନଜୀବୀ ଶ୍ରୀ ଟି. ନାରାୟଣ ମୂର୍ତ୍ତି, ଶଶ୍ମିତା ରାଣୀ ସାହୁ, ପୁଷ୍ପାଞ୍ଜଳି ଜେନା, ଗୀତାଞ୍ଜଳି ରଣା, ମିଥୁନ କୁମାର ସାହୁ, ବଳଦେବ ପ୍ରଧାନ, ନିବେଦିତା ବେହେରା, ଶ୍ରୀତମ ସାମନ୍ତରାୟ ପ୍ରମୁଖଙ୍କୁ ସେମାନଙ୍କ ବିଭିନ୍ନ କ୍ଷେତ୍ରର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଶେଷରେ ନୂଆଁଖାଇ ପର୍ବର ପାରମ୍ପରିକ ରୀତିନୀତି ସହ ସମସ୍ତେ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇ ଭାଇଚାରା ଓ ସାଂସ୍କୃତିକ ଏକତାର ବାର୍ତ୍ତା ଦେଇଥିଲେ।(ଗୁପ୍ତେଶ୍ଵର ରଥ କୋରାପୁଟ)