June 17, 2026

ଖବର ଆଜିର ତାରିଖ ୦୮/୦୮/୨୦୨୩ ମଙ୍ଗଳବାର

maxresdefault
Share

୧- ମଣିପୁରରେ ଲାଗିରହିଥିବା ଜାତିଗତ ହିଂସା ଥମିବାର ନାଁ ନେଉନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ପଦକ୍ଷେପ ସତ୍ତ୍ୱେ ହିଂସା ଅବ୍ୟାହତ ରହିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଯୋଗୁଁ ୬ ଜଣ ପ୍ରାଣ ହରାଇଥିବା ଜଣାପଡିଛି।

୨- ବାଂଲାଦେଶରେ ଡେଙ୍ଗୁ ଆତଙ୍କ; ୩୦୦ରୁ ଊର୍ଦ୍ଧ୍ୱ ମୃତ, ୬୦ ହଜାର ଆକ୍ରାନ୍ତ।

୩- ଭାରତର ପ୍ରଥମ 5G ୱାୟାରଲେସ୍‌ Wi-Fi ହେଲା ଲଞ୍ଚ୍‌, ଏକାସାଙ୍ଗରେ ଚାଲିପାରିବ ୬୪ ଡିଭାଇସ୍‌ ।

୪- ଫେରାର ଥିବା ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ପତ୍ନୀ ଶାଇସ୍ତା ପରବୀନକୁ ଉତ୍ତରପ୍ରଦେଶ ପୁଲିସ ପଳାତକ ଘୋଷଣା କରିଛି । ଏ ନେଇ ତା ଘର ଆଗରେ ଏକ ନୋଟିସ ମରାଯାଇଛି।

୫- “ଏସ୍‌ଟିଏ କ୍ରିପ୍ଟୋ ଟୋକେନ୍”ର ଭାରତ ମୁଖ୍ୟ ଇଓଡବ୍ଲୁ ହାତରେ ଗିରଫ, ୭ ଦିନିଆ ରମାଣ୍ଡ‌ରେ ଆସିଲା ଓଡ଼ିଶା।

୬- ୪ମାସ ପରେ ସଂସଦକୁ ଫେରିଲେ ରାହୁଲ: ପାଛୋଟି ନେଲେ ବିରୋଧୀ ମେଂଟର ସାଂସଦ, କଂଗ୍ରେସ ଶିବିର ଉତ୍ସାହିତ।

୭- ଡାଟା ସୁରକ୍ଷା ବିଲ୍ ୨୦୨୩ ଲୋକସଭାରେ ଗୃହୀତ, ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ଅଗ୍ରାଧିକାର।

୮- ଜୁନରେ ସବୁଠୁ ଶସ୍ତାରେ ରୁଷ ତେଲ କିଣିଥିଲା ଭାରତ;ତେଲ କମ୍ପାନି ମାଲାମାଲ,କିନ୍ତୁ ଗ୍ରାହକ ହତାଶ।

୯-ପୁଣି ବଢ଼ିଲା ଇମରାନଙ୍କ ପାଇଁ ଅଡ଼ୁଆ, ପିଟିଆଇ ଅଧ୍ୟକ୍ଷ ପଦରୁ ହଟାଇଲେ ନିର୍ବାଚନ ଆୟୋଗ ।

୧୦-ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ: ସରକାରଙ୍କ ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଲେ ୬ଟି ପ୍ରଭାବିତ ଜିଲ୍ଲାରେ ଗଠନ ହେବ ଏସଆଇଟି ଟିମ ।

୧୧- ଉତ୍କେଲାରୁ ବିମାନ ଉଡ଼ାଣ ଅନୁମତି ମିଳିଲା; ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଉଡ଼ିବ, ଆନନ୍ଦ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ।

୧୨- GSAT 24 ସାଟେଲାଇଟ୍‌ର ଆରମ୍ଭ, ଟାଟା ପ୍ଲେରେ ଏବେ ଦେଖିପାରିବେ ୯୦୦ ଚ୍ୟାନେଲ।

୧୩- ରାମ ମନ୍ଦିର ପାଇଁ ୪୦୦ କେଜି ଓଜନର ତାଲା ତିଆରି କଲେ ଆଲିଗଡ଼ର କାରିଗର।

୧୪- ଟଙ୍କା ନେଉଛନ୍ତି, ହିସାବ ଦେଉନାହାନ୍ତି: କଲେଜଗୁଡ଼ିକ ଉପରେ ୯୭୧ କୋଟିର ୟୁସି ବାକି।

୧୫- ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ମାରାଥନ ଜେରା।

୧୬- ରାଜ୍ୟସଭାରେ ସୋମବାର ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର (ସଂଶୋଧନ) ବିଧେୟକ ବା ଜିଏନସିଟି ବିଧେୟକ ବା ଦିଲ୍ଲୀ ସେବା ବିଧେୟକ ୨୦୨୩ ଗୃହୀତ ହୋଇଛି।

୧୭- ବାଲେଶ୍ବରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ହେବ ରୂପାନ୍ତର, ଖର୍ଚ୍ଚ ହେବ ୧୫.୫୮ କୋଟି ଟଙ୍କା।

୧୮- ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା ଟେସଲାର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍‌ଓ) ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଜାଚେରୀ କିର୍କହୋର୍ଣ୍ଣଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି।

୧୯-ରାଜ୍ୟରେ ଯୁବ ଭୋଟର ସଂଖ୍ୟା ବୃଦ୍ଧି ପାଇଁ କଲେଜଗୁଡ଼ିକରେ ସ୍ୱତନ୍ତ୍ର ପଞ୍ଜିକରଣ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

୨୦- ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର l ଯୋଜନାରେ ସାମିଲ ହେଲେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ l ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ ଅଗଷ୍ଟ ୧୫ ତାରିଖ ଜନସେବା ଦିବସରେ ପାଇବେ।

୨୧-ପ୍ରକାଶ ପାଇଲା ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ।

୨୨- ଯୁଦ୍ଧପୋତ ସହ ଲାଲ୍ ସାଗରରେ ପହଞ୍ଚିଲେ ୩୦୦୦ ଆମେରିକୀୟ ନୌସୈନିକ, ସେପଟେ ଇରାନ ମଧ୍ୟ ଜବାବ ଦେବାକୁ ପ୍ରସ୍ତୁତ।

. 🙏 ସୁପ୍ରଭାତ ,ଶୁଭ ସକାଳ 🙏

You may have missed