April 27, 2026

ଭଂଜନଗର ରେ ନବ ଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ 

IMG-20241020-WA0022
Share

 

ଭଂଜନଗର/ବେଲଗୁଣ୍ଠା, ୨୦ ଅକ୍ଟୋବର : ଆଜି ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୬ ଟି କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟ ରେ ନବ ଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ବିଭାଗ ଙ୍କ ନିର୍ଦ୍ଦେଶ ପ୍ରକାରେ ଭଞ୍ଜନଗର ବ୍ଳକ ର ସମସ୍ତ କ୍ଲଷ୍ଟର ସିଆରସିସି ମାନଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆଧାରରେ ୧୫ ବର୍ଷ ରୁ ୩୫ ବର୍ଷ ବୟସ ମଧ୍ୟରେ ବ୍ୟକ୍ତି ମାନଙ୍କର ଏକ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୂଳ ଲକ୍ଷ୍ୟ ହେଉଛି ସମସ୍ତେ ଯେପରି ଅତି କମରେ ପଢିପାରିବେ ଓ ଲେଖିପାରିବା ଭଳି ଦକ୍ଷତା ହାସଲ କରିପାରିବେ ଏବଂ ଡିଜିଟାଲ କାର୍ଯ୍ୟ କରିପାରିବେ।

ସେହି କ୍ରମରେ ଆଜି ବଡକୋଦଣ୍ଡା କ୍ଲଷ୍ଟରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସିଆରସିସି ମୋହନ ସାହୁ ସଂପୂର୍ଣ୍ଣ ସହଯୋଗ କରିଥିଲେ। ବଡକୋଦଣ୍ଡା କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ; ଯଥା ସସ୍ମିତା ତ୍ରିପାଠୀ, ଶାନ୍ତିଲତା ରାଉତ, ଆଶା କୁମାରୀ ମଲ୍ଲିକ, ଶିଶିର କାନ୍ତ ପତି, ସଂଗୀତା ପ୍ରଧାନ, ସୁଜାତା ଦୋରା, ଆର ସୁଧାଂଶୁ ଶେଖର ବେହେରା, ସସ୍ମିତା କୁମାରୀ ପାତ୍ର, ସୁନିଲ କୁମାର ପଟ୍ଟନାୟକ ଉପସ୍ଥିତ ରହି ପରୀକ୍ଷା ପରିଚାଳନା ରେ ସହଯୋଗ କରିଥିଲେ।ବଡକୋଦଣ୍ଡା କ୍ଲଷ୍ଟରର ବିଭିନ୍ନ ଗ୍ରାମର ବିଦ୍ୟାଳୟର ଶିକ୍ଷା କର୍ମଚାରୀ ମାନଙ୍କ ଉଦ୍ୟମରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ପରୀକ୍ଷା ଦେଇଥିବା ଜଣାପଡିଛି।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ