April 27, 2026

ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡସଭ୍ୟ/ସଭ୍ୟା 

IMG-20241020-WA0021
Share

 

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ଶୁକ୍ରବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ଏହି ମନମୁଖି କାର୍ଯ୍ୟ ବିରୁଦ୍ଧରେ ନାଏବ ସରପଞ୍ଚ ବିଟୁ ଗୌଡଙ୍କ ସଭାପତିତ୍ବରେ ନୂଆଁ ମୌଳାଭଞ୍ଜା ସ୍ଥିତ କୋଠଘର ଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକ ରେ ପଞ୍ଚାୟତର ୧୫ ଜଣ ୱାର୍ଡ ସଭ୍ୟ ସଭ୍ୟା ମାନେ ଯୋଗଦେଇ ଏକ ବୈଠକ କରିବା ସହିତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ଆଗତ କରିଥିଲେ । ଦୀର୍ଘ ଦିନ ହେଲା ସରପଞ୍ଚ ବର୍ଷା ସେଠୀ ପଞ୍ଚାୟତର ପଞ୍ଚାୟତ ମାସିକ ବୈଠକ ରେ ଅନୁପସ୍ଥିତ ରହିବା ସହ ୱାର୍ଡର ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚଙ୍କୁ ଅଣଦେଖା କରି ସମସ୍ତ କାର୍ଯ୍ୟରେ ତାଙ୍କ ସ୍ଵାମୀ ପିଣ୍ଟୁ ସେଠୀଙ୍କ ସଭାପତିତ୍ବରେ କାର୍ଯ୍ୟ ତୁଲାଉଥିବା ନେଇ ଅଭିଯୋଗ କରିଛନ୍ତି । ବିଭିନ୍ନ ସାହିରେ ଆଲୁଅ ବ୍ୟବସ୍ଥା ସମ୍ପର୍କିତ ଖର୍ଚ୍ଚ, ଦୀର୍ଘ ଦିନରୁ ଭତ୍ତା ପାଉନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରି ନିଜ ଶାଶୁ ଶଶୁର ସମ୍ପର୍କୀୟ ଙ୍କୁ ପ୍ରାଧାନ୍ୟ ଦେଇ ମଧୁବାବୁ ପେନସନ ରେ ଅନ୍ତର୍ଭୁକ୍ତ କରିବା ସହ ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କ ଅଗ୍ରୀମ ଟଙ୍କା ଚେକ୍ ମାଧ୍ୟମରେ ସ୍ଵାମୀ ପିଣ୍ଟୁ ସେଠୀ ପ୍ରତ୍ୟକ୍ଷ ଭାବେ ବ୍ୟାଙ୍କ ରୁ ଟଙ୍କା ଉଠାଣ କରିବା ଆଇନ ସଂଗତ ନୁହଁ ବୋଲି ଉପସ୍ଥିତ ୱାର୍ଡ ସଭ୍ୟ ସଭ୍ୟା ଅଭିଯୋଗ କରିଛନ୍ତି। ଏପରିକି ପଞ୍ଚାୟତର କାର୍ଯ୍ୟାଳୟ ରେ ଥିବା ଜେରକ୍ସ ମେସିନ କୁ ନିଜ ଘରେ ରଖି ତାହା ପରବର୍ତ୍ତୀ ସମୟରେ ଫେରାଉ ନାହାଁନ୍ତି । ପଞ୍ଚାୟତର ବିଭିନ୍ନ ଅନୁଦାନ ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାରେ ଅଣଦେଖା କରିବା ନେଇ ବି କ୍ଷୋଭ ପ୍ରକାଶ କରିଛନ୍ତି। ଏହାସହ ବିଭିନ୍ନ ସମୟରେ ହେଉଥିବା ପଲ୍ଲୀ ସଭା,ଗ୍ରାମ ସଭା ରେ ସରପଞ୍ଚ ବର୍ଷା ସେଠୀ ଅନୁପସ୍ଥିତ ରହିବା ସହ ସ୍ବାମୀ ପିଣ୍ଟୁ ସେଠୀ ଅଧ୍ୟକ୍ଷତା କରୁଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିଛି ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ନ ଜଣାଇ ମନଇଛା ବିଲ କରାଯାଇଥିବା ଅଭିଯୋଗ କରିଛନ୍ତି । ଏଭଳି ସରପଞ୍ଚ ବିଭିନ୍ନ ଆର୍ଥିକ ଦୁର୍ନୀତିରେ ଜଡିତ ଥିବାରୁ ମୌଳାଭଞ୍ଜା ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ମାନେ ନାଏବ ସରପଞ୍ଚ ବିଟୁ ଗୌଡଙ୍କ ନେତୃତ୍ୱରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅନାସ୍ତା ପ୍ରସ୍ତାବରେ ମୌଳାଭଞ୍ଜା ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସହିତ ୧୫ ଜଣ ୱାର୍ଡ ସଭ୍ୟ ନ୍ୟୟବ ସରପଞ୍ଚ ବିଟୁ ଗୌଡ଼, ବିନୋଦ ଜେନା, ଗାୟତ୍ରୀ ସେଠୀ, ସୁନିତା ମାହାଙ୍କୁଡ, କୁନି ଗୌଡ଼, ପ୍ରଭାସିନୀ ସେଠି, ସୁଶାନ୍ତ ସାହୁ, ରୀନା ପ୍ରଧାନ, ସୁମିତ୍ରା ପଣ୍ଡା, ଇ ଶିବାନୀ ଦୋରା, ପାଣ ପ୍ରଧାନ, ହରି ବେହେରା, ବି ପ୍ରଦୀପ ଦୋରା, ରାମଜାନି ସେଠୀ, ମେନେକା ସ୍ୱାଇଁଙ୍କ ଦସ୍ତଖତ ସମ୍ବଳିତ ଅନାସ୍ତା ପ୍ରସ୍ତାବ ପାଇଁ ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଛି ।

ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର