April 28, 2026

ପୋଖରୀରେ ବୁଡି ଯୁବକର ମୃତ୍ୟୁ 

IMG-20241020-WA0019
Share

 

 

 

ସମ୍ବଲପୁର, ତା. ୨୦. ୧୦(ଆନିସ): ମାନେଶ୍ୱର ବ୍ଲକ୍ ଅନ୍ତର୍ଗତ ଧମା ଥାନା ଛଚାନପାଲି ଗ୍ରାମରେଜଣେ ୨୭ ବର୍ଷ ବୟସ୍କ ଯୁବକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଖବର ମିଳିଛି। ମୃତ ଯୁବକ ହେଲେ ଛଚାନପାଲି ଗ୍ରାମ ର ବ୍ୟାସଦେବ ସେଟ୍। ଗୁଣ୍ଡେରପୁର ଅଗ୍ନିଶମ ବିଭାଗ ଓ ଧମା ପୋଲିସ ଉପସ୍ଥିତିରେ ଶବ ଉଦ୍ଧାର କରି ବୁର୍ଲା ଡ଼ାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ଅପସ୍ମାର ଜନିତ ରୋଗ କାରଣ ରୁ ପୋଖରୀ କୁ ଗାଧୋଇ ଯାଇଥିବା ସମୟରେ ପାଣି ରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ସ୍ତରରେ ସନ୍ଧେହ କୁହାଯାଉଥିବା ବେଳେ ପରିବାର ପକ୍ଷରୁ ମଧ୍ୟ ଏହି ସୂଚନା ମିଳିଛି।