April 27, 2026

ଓପିଏସସି ପରୀକ୍ଷାରେ ନୂଆପଡାରୁ ୩ ଉତ୍ତୀର୍ଣ୍ଣ, ବିଭିନ୍ନ ମହଲ ରୁ ଶୁଭେଚ୍ଛା

IMG-20241020-WA0015
Share

 

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ): ଓପିଏସସି ପରୀକ୍ଷାରେ ନୂଆପଡାରୁ ୩ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲାର ଗାରିମା ଆଣିବାରେ ସଫଳ ହୋଇଛନ୍ତି।

 

ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ଢ଼ଙ୍କସର ଗ୍ରାମର ସୌରଭ କୁମାର ବିଶି ଉର୍ତ୍ତିର୍ଣ୍ଣ ହୋଇଛନ୍ତି । ସେ ଓଡ଼ିଶାରେ ୧୭୨ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ପିତା ଗଙ୍ଗା ପ୍ରସାଦ ବିଶି ଏବଂ ମାଁ ଶିବପ୍ରିୟା ବିଶିଙ୍କ କନିଷ୍ଠ ସନ୍ତାନ ଅଟନ୍ତି। ସେ ବର୍ତ୍ତମାନ ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ପିଏଚଡି ଅଧ୍ୟୟନ କରୁଛନ୍ତି।

ସେହିପରି ଖଡିଆଳ ବ୍ଲକ୍ ଅନ୍ତର୍ଗତ ତୁକଳା ଗ୍ରାମର ନିଖିଲେଶ କୁମାର ଦାଶ ୩୪୭ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ସ୍ବର୍ଗତ ମଧୁସୂଦନ ଦାସ ଓ ଆରତୀ ଦାଶଙ୍କ ସନ୍ତାନ ଅଟନ୍ତି। ତୁକଲା ଗ୍ରାମର ପ୍ରଥମ ଓପିଏସସି ହୋଇଥିବାରୁ ଗାଁରେ ରେ ଖୁସିର ଲହରୀ ଖେଳି ଯାଇଅଛି।ସେ ଜଣେ ଆୟୁବେଦ ଡାକ୍ତର,ବିଏଏମଏସ ପରେ ସେ ପିଜି କରୁଛନ୍ତି।

 

 

ଅନ୍ୟ ପକ୍ଷରେ ସିନାପାଲି କୁସୁମଜୋର ଗ୍ରାମପଞ୍ଚାୟତ ର କସେଇପାଣି ଗ୍ରାମ ନିବାସୀ ଦିଲୀପ ଜ୍ୟୋତି ୪୬୭ ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସିନାପାଲି କୁସୁମଜୋର ଗ୍ରାମପଞ୍ଚାୟତ ର କସେଇପାଣି ଗ୍ରାମ ନିବାସୀ କୁଶଳ ସିଂ ଜ୍ୟୋତି ଏବଂ କୁମାରୀ ଜ୍ୟୋତି ଙ୍କ ସନ୍ତାନ ଅଟନ୍ତି। ତାଙ୍କ ମାମୁଁ ତ୍ରିନାଥ ନିଆଁଲଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଓଡିଶା ପ୍ରଶାସନିକ ସେବା ପ୍ରତି ଆଗ୍ରହୀ ହୋଇଥିଲେ। ସେ ଏସିଏସଓ ଦାୟିତ୍ବ ନିର୍ବାହ କରିଛନ୍ତି। ଶିକ୍ଷା ପ୍ରତି ତାଙ୍କ ଅଧିକ ରୁଚି ଥିବା କାରଣ ରୁ ଗତ ଥର ମଧ୍ୟ ଓପିଏସସି ପରୀକ୍ଷା ରେ ପାସ ହୋଇଥିଲେ।ନୂଆପଡାରେ ଏକା ଥରକେ ୩ ଜଣ ସଫଳତା ହାସଲ କରିଥିବାରୁ ସମଗ୍ର ଜିଲ୍ଲାରେ ଖୁସୀ ପ୍ରକାଶ ପାଇବା ସହିତ ଶୁଭେଚ୍ଛାର ସୁଅ ଛୁଟୁଛି।