April 27, 2026

ବିଜେପି ଉମରକୋଟର ସମ୍ବର୍ଦ୍ଧନା ସଭା

IMG-20230804-WA0019
Share

ବିଜେପି ଉମରକୋଟର ସମ୍ବର୍ଦ୍ଧନା ସଭା

(ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ – ତା -4.8.2023- ଉମରକୋଟ ଭାରତୀୟ ଜନତା ପାର୍ଟି ର ଦୁଇ ଜଣ ନେତୃତ୍ୱ ଙ୍କୁ ରାଜ୍ୟ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ କାର୍ଯ୍ୟକର୍ତା ଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି. ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ର ସଭାପତି ଭାବେ ପୁନଃ ଚୟନ କରାଯାଇଛି. ସେହିଭଳି ବରିଷ୍ଠ ନେତା ରମେଶ ସାହୁ ଙ୍କୁ ବିଜେପି ରାଜ୍ୟ ସମ୍ପାଦକ ଭାବେ ଚୟନ କରାଯାଇଛି. ଉମରକୋଟ ରୁ ଦୁଇ ନେତା ଙ୍କୁ ରାଜ୍ୟ ସଂଗଠନ ରେ ସ୍ଥାନ ଦେଇଥିବାରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ସମସ୍ତ କାର୍ଯ୍ୟକର୍ତ୍ତା ଉଭୟ ନେତା ଙ୍କୁ ସମ୍ବର୍ଦ୍ଧିତ କରିବା ସହ ରାଜ୍ୟ ସଭାପତି ମନମୋହନ ସାମଲ ତଥା ରାଜ୍ୟ ନେତୃତ୍ୱ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ. ଏଥିରେ ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ ମଞ୍ଚ ପରିଚାଳନା ଓ ସଭାପତି ଗୋପୀନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ଅଶୋକ ପାଢ଼ୀ, ସନ୍ତୋଷ ମହାପାତ୍ର, ସୁରେଶ କୁମାର ଆଚାର୍ଯ୍ୟ, ମନ୍ଦିରା ନାୟକ, ଶରତ ଜେନା, ବାପି ମଲ୍ଲିକ, ରମେଶ ଦାସ ତଥା ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ.