August 26, 2026

ନିଟ ୨O୨୬ ପରୀକ୍ଷାରେ ସଫଳତା ପାଇଲେ ଦୀପଲି ପୂଝାରୀ

IMG-20260825-WA0012
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ପଞ୍ଚାୟତ ଅଧିନସ୍ଥ ନୁନପାଣି ଗ୍ରାମର ଶିକ୍ଷକ ଶ୍ରୀ ମହେଶ୍ୱର ପୂଝାରୀ ଓ ଗୀତାଞ୍ଜଳି ପୂଝାରୀଙ୍କ ଝିଅ ଦୀପାଲି ପୂଝାରୀ ନିଟ ୨O୨୬ ପରୀକ୍ଷାରେ ସଫଳତା ପାଇ ସ୍ଥାନୀୟ ଅଞ୍ଚଳକୁ ଗର୍ବିତ କରିଛନ୍ତି। ଦୀପଲି ନିଟ ୨O୨୬ ପରୀକ୍ଷାରେ ଜାତୀୟ ସ୍ତରରେ ୩୪୪O୭୬ ରେଙ୍କ ଓ ରାଜ୍ୟ ସ୍ତରରେ ୪୨୯୪ ରେଙ୍କ ରଖି ଏହି ସଫଳତା ପାଇଛନ୍ତି ।ଏହି ଖବର ପ୍ରଚାର ହେବାପରେ ସମଗ୍ର ଅଞ୍ଚଳରେ ଖୁସିର ଲହର ଖେଳି ଯାଇଥିବାବେଳେ, ଦିପାଲି ଜଣାଇଛନ୍ତି ଯେ’ ତାଙ୍କର ଏହି ସଫଳତା ପଛରେ ତାଙ୍କର ମା ଓ ବାପାଙ୍କ ପ୍ରେରଣା ତଥା ତାଙ୍କ ନିଜର ଆତ୍ମବିଶ୍ୱାସ, ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମ ଯୋଗୁଁ ସେ ଆଜି ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଛନ୍ତି।

You may have missed