August 26, 2026

ଜନତାଙ୍କ ଅଧିକାର ପାଇଁ ଅପରାଜେୟ ଜନଆନ୍ଦୋଳନ

IMG-20260826-WA0025
Share

 

ଖଣି ଏବଂ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ l ଆଇନ–୨୦୨୬ ପ୍ରତ୍ୟାହାର ଦାବିରେ ପୁରୀରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକର ବିଶାଳ ମଶାଲ ଶୋଭାଯାତ୍ରା ଓ ସର୍ବଦଳୀୟ ପ୍ରତିବାଦ ସଭା ମାଧ୍ୟମରେ ଡବଲ୍ ଇଞ୍ଜିନ୍ ସରକାରକୁ ଦିଆଗଲା ଦୃଢ଼ ଓ ସ୍ପଷ୍ଟ ବାର୍ତ୍ତା।

ଓଡ଼ିଶାର ଅମୂଲ୍ୟ ଖଣିଜ ସମ୍ପଦ କୌଣସି ସରକାର କିମ୍ବା କର୍ପୋରେଟ୍ ସ୍ୱାର୍ଥର ସମ୍ପତ୍ତି ନୁହେଁ—ଏହା ଓଡ଼ିଶାବାସୀଙ୍କ ଅଧିକାର ଓ ଭବିଷ୍ୟତର ସମ୍ପଦ। ଜନସ୍ୱାର୍ଥକୁ ପଛରେ ପକାଇ ନିଆଯାଉଥିବା କୌଣସି ଜନବିରୋଧୀ ନୀତି ସହିତ ଓଡ଼ିଶା କେବେବି ସାଲିସ୍ କରିବ ନାହିଁ। ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଥମିବ ନାହିଁ। ଗାଁରୁ ସହର, ରାସ୍ତାରୁ ରାଜଧାନୀ—ଜନତାଙ୍କ ସ୍ୱର ଆହୁରି ପ୍ରତିଧ୍ୱନିତ ହେବ।

ଏହା କେବଳ ଚେତାବନୀ ନୁହେଁ—ଏହା ଓଡ଼ିଶାର ଅଧିକାର, ସମ୍ପଦ ଓ ଜନସ୍ୱାର୍ଥର ସୁରକ୍ଷା ପାଇଁ ଏକତ୍ରିତ ଜନତାଙ୍କ ଦୃଢ଼ ସଂଗ୍ରାମର ଘୋଷଣା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed