August 26, 2026
ajiro khabar
Share

 

 

 

 

୧-ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି:୧୯ ପାଳି ସୁଦ୍ଧା ୯୫% ସମସ୍ୟାର ସମାଧାନ, ଜିଲ୍ଲାସ୍ତରରେ ୮୭% ଅଭିଯୋଗର ହୋଇଛି ସମାଧାନ।

 

୨-ଭଦ୍ରକ ବ୍ଲକ୍ ତଳାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ:ବିଦ୍ୟାଳୟରେ ନାହାଁନ୍ତି ଶିକ୍ଷକ, ଶିକ୍ଷାଧିକାରୀଙ୍କୁ ତାଲା ପକାଇଦେଲେ ଛାତ୍ରଛାତ୍ରୀ।

 

୩-ଶ୍ରୀମନ୍ଦିର ଦର୍ଶନରେ ହେବ ବଡ଼ ପରିବର୍ତ୍ତନ;୩ରୁ ୪ ମାସ ମଧ୍ୟରେ ଆସୁଛି ଧାଡ଼ି ବ୍ୟବସ୍ଥା:ଆଇନ ମନ୍ତ୍ରୀ।

 

୪-ଅନଲାଇନ ଅଟୋ ଚାଳକ ଆନ୍ଦୋଳନ; RC ବାତିଲ ନେଇ ପ୍ରକ୍ରିୟା ଆରମ୍ଭ, ପ୍ରାୟ ୩୮୦ ଗାଡ଼ିକୁ ନୋଟିସ୍ ଜାରି।

 

୫-ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କଲେ ୧୬,୨୯୫ କାଉଡ଼ିଆ, ସରିଲା ଏ ବର୍ଷର ଶ୍ରାବଣୀ ଯାତ୍ରା।

 

୬-ସରକାରୀ ସେବାରେ ଆଉ ଚଳିବନି ମନମାନୀ।ଡେଡଲାଇନ୍ ଭିତରେ ଲୋକଙ୍କ କାମ ନ ହେଲେ ସଂପୃକ୍ତ ସରକାରୀ ଅଧିକାରୀ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।

 

୭-ଜଗତସିଂହପୁର ବେନୁଖଣ୍ଡା ଗାଁ:ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଯୁବ ଚାଷୀଙ୍କ ମୃତ୍ୟୁ ନେଇ ଉତେଜନା, ରାସ୍ତା ଅବରୋଧ।

 

୮-ସରକାରୀ ତହବିଲରୁ ୩ କୋଟିରୁ ଅଧିକ ଟଙ୍କା ହଡପ ; ଫସିଲେ ଜଗତସିଂହପୁର-ନାଉଗାଁ ତହସିଲର ପୂର୍ବତନ ରାଜସ୍ୱ ସହାୟକ।

 

୯-ବାଙ୍କୀରେ RTOର ବଡ଼ ଆକ୍ସନ୍; ବିନା ପରମିଟ୍‌ରେ ଚାଲୁଥିବା ୩ ସ୍କୁଲ ବସ୍‌ ଜବତ।

 

୧୦-ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରେ।

 

୧୧-ବନ୍ୟା ପାଣିରେ ରିଲ୍ସ ନିଶା, ଜଳବନ୍ଦୀ ମଧ୍ୟରେ ଯୁବପିଢ଼ିଙ୍କ ଦୁଃସାହସିକ ଭିଡିଓକୁ ନେଇ ସବୁ ମହଲରେ ଅସନ୍ତୋଷ ଜାରି।

 

୧୨-ଓଡ଼ିଶାରେ ସ୍ଥାପନ ହୋଇପାରେ ମହାକାଶ ସାଟେଲାଇଟ୍ ଲଞ୍ଚ ପ୍ୟାଡ୍: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

 

୧୩-ଭୁବନେଶ୍ୱର: ବିମାନ ବନ୍ଦର ଘରୋଇ କରଣକୁ ବିଜେଡିର ବିରୋଧ।

 

୧୪-କଲମ୍ବୋ:ଭାରତ ପ୍ରଥମ ଇଂନିସ୍ ୯/୫୦୩, ଶ୍ରୀଲଙ୍କା ୨/୮,ଜୁରେଲଙ୍କ ଦ୍ବିତୀୟ ଟେଷ୍ଟ ଶତକ ହାସଲ ।

 

୧୫-କର୍ଣ୍ଣାଟକ ହାଇକୋର୍ଟଙ୍କ ଟିପ୍ପଣୀ:ବାପ ଘରକୁ ଯିବା ଲାଗି ଶାଶୁ ଘରୁ ଅନୁମତି ଜରୁରୀ ନୁହେଁ।

 

୧୬-ମହାରାଷ୍ଟ୍ର:ଜାତୀୟ ଥାଇ ବକ୍ସିଂରେ ଓଡ଼ିଶା ଚମକ, ୫ ସ୍ୱର୍ଣ୍ଣ ସହ ହାତେଇଲା ୧୨ ପଦକ, ଦେଶରେ ଚତୁର୍ଥ ସ୍ଥାନ ହାସଲ କଲା

 

୧୭-୨୭ ଅଗଷ୍ଟରେ ‘ଇମର୍ଜିଂ ଏଥଲେଟ୍ସ’ଙ୍କ ସହ ଆଲୋଚନା କରିବେ ପିଏମ୍ ମୋଦୀ, ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍।

 

୧୮-ନୂଆଦିଲ୍ଲୀ: ଗୁରୁଗ୍ରାମରେ ପ୍ରବଳ ବର୍ଷା,ଲାଗୁ ହେଲା ୱାର୍କ ଫ୍ରମ୍ ହୋମ୍, ଅନଲାଇନ୍‌ କ୍ଲାସ କରିବେ ଛାତ୍ରଛାତ୍ରୀ।

 

୧୯-ହକି ୱାର୍ଲଡକପ-୨୦୨୬ରେ ଟିମ୍ ଇଣ୍ଡିଆର ଯାତ୍ରା ଶେଷ, ୫-୩ରେ ବାଜିମାରିଲା ଆର୍ଜେଣ୍ଟିନା।

 

୨୦-ଅଭିଜିତ ଦୀପକେଙ୍କ ବିରୋଧରେ ମହାରାଷ୍ଟ୍ରର ଔଷା ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ,ଶିକ୍ଷକଙ୍କୁ ଧମକ ଦେବାର ଲାଗିଛି ଅଭିଯୋଗ ।

 

 

 

🙏 *ସୁପ୍ରଭାତ* 🙏

You may have missed