ଶତାୟୁ ଜନ୍ମଉତ୍ସବ ପାଳିତ
ଶତାୟୁ ଜନ୍ମଉତ୍ସବ ପାଳିତ
ରାମନାଗୁଡା, ରାୟଗଡ଼ା ଜିଲ୍ଲା ବିକ୍ରମପୁର ସ୍ଥିତ ସ୍ଥାନୀୟ ଅଦୈତ ବେଦାନ୍ତ ଆଶ୍ରମ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର କରାବାଙ୍କ ଗୁଣୁପୁର ଠାରେ ସନ୍ୟାସୀପୁର ଗ୍ରାମର ଧବଳ ପୁରୁଷୋତ୍ତମଙ୍କ ଶତାୟୁ ଜନ୍ମଉତ୍ସବ ପାଳିତ ହୋଇଯାଇଛି।ଏହି ପ୍ରେରୀପ୍ରକ୍ଷୀରେ ଭଗବାନ ଶ୍ରୀକୃଷ୍ଣ ମଖନିସ୍ୟୁତ ପବିତ୍ର ଭଗବତ ଗୀତା ( ସମ୍ପୁର୍ଣ୍ଣ ଅଷ୍ଟାଦଶ ଅଧ୍ୟାୟ)ପରାୟଣ ମନ୍ଦିରର ମୁଖ୍ୟ ପୁରୋହିତ ନଳିନୀ ଗୁରୁଜୀ ଓ ଅଶ୍ଵିନୀ ଓ ସନ୍ତୋଷ ଓ ଅନ୍ୟମାନଙ୍କ ସହଯୋଗରେ ଭାଗବତୀୟ ବାତାବରଣ ମଧ୍ୟରେ ପାଳିତ ହୋଇଥିଲା।ଏହି ଅବସରରେ ହୋମଯଜ୍ଞ ହେବାସହ ସ୍ଥାନୀୟ ଅଞ୍ଚଳର ଲୋକ ସହ ବନ୍ଦୁପରିଜନ ସାଙ୍ଗସାଥୀ ଯୋଗଦେଇଥିଲେ।ସେ ଦୀର୍ଘ ୧ଶହ ବର୍ଷ ଧରି ସୁସ୍ଥ ଓ ନିରୋଗ ହୋଇ ବଞ୍ଚି ରହିବା କ’ଣ ସହଜ କଥା ହୋଇଛି କି ବୋଲି ଲୋକେ ପଚାରିବା ସହ ଆଜିକାଲି କର୍ମମୟ ବ୍ୟସ୍ତମୟ ଜୀବନ ମଧ୍ୟରେ ଶତାୟୁ ବର୍ଷ ଅତିକ୍ରମ କରିବା ଆଜିକାଲି ଜୀବନଶୈଳୀରେ କାଠିକର ବୋଲି ଲୋକେ ମତପୋଷଣ କରିଥିଲେ। ତେବେ ନିଜର କର୍ମ ଫଳ ଓ ନୀତିନିଷ୍ଠ ଜୀବନଚର୍ଯ୍ୟା ପାଇଁ ହୁଏତ ଏହା ସମ୍ଭବପର ହୋଇଥାଇପାରେ ବୋଲି କହିଛନ୍ତି ।ସେ ଶତାୟୁ ହେବା ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ।ଏହି କାର୍ଯ୍ୟକ୍ରମରେ ସମସ୍ତ ଲୋକଙ୍କ ଅନ୍ନପ୍ରସାଦ ପ୍ରଦାନ କରାଯାଇଥିଲା।।