November 23, 2024
Share

*ଖବର ଆଜିର*
ତାରିଖ ୨୮/୦୮/୨୦୨୩ ସୋମବାର ।

ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ 2023 ରେ ଜିତିଲେ ସ୍ୱର୍ଣ୍ଣ। ନୀରଜ ପ୍ରଥମ ଥ୍ରୋରେ ଫାଉଲ କରିଥିଲେ, କିନ୍ତୁ ଦ୍ୱିତୀୟ ଥ୍ରୋରେ ସେ 88.17 ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲେ।

ଅଷ୍ଟ୍ରେଲିଆରେ ଯୁଦ୍ଧାଭ୍ୟାସ ବେଳେ ଆମେରିକୀୟ ବିମାନ ଦୁର୍ଘଟଣାଗ୍ରସ୍ତ, ତିନି ଯବାନଙ୍କ ମୃତ୍ୟୁ। ।

୨୦୨୩ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ଘୋଷଣା ।ଟେନିସ ତାରକା ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର ।

ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ ୮ ମୃତ, ଅନେକ ଆହତ ।

କୋଟାରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ, ଆତ୍ମହତ୍ୟା ସିସିଟିଭିରେ କଏଦ; ଏ ବର୍ଷ ଜୀବନ ହାରିଲେଣି ୨୩ ଜୀବନ ।

ବିମାନ ଦୁର୍ଘଟଣାରେ ପ୍ରିଗୋଝିନଙ୍କ ମୃତ୍ୟୁର ହେଲା ଅଧିକାରୀକ ପୁଷ୍ଟି, ଫରେନସିକ୍‌ ଯାଞ୍ଚ ପରେ ଶବ ଚିହ୍ନଟ ।

ଓୱେସିଙ୍କ ହାତରେ ଅଛି କେସିଆରଙ୍କ କାରର ଷ୍ଟିୟରିଂ: ଅମିତ ଶାହା ।

ବିହାରରେ ନିର୍ବାଚନ ଲଢ଼ିବ ଆମ ଆଦ୍‌ମୀ ପାର୍ଟି, ଆର୍‌ଜେଡି କହିଲା, ଦଳ ମେଣ୍ଟର ନିୟମ ମାନିବା ଉଚିତ୍ ।

ପରଲୋକରେ ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ର।

ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଜ୍ୟ ସମ୍ମାନର ସହ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

ବିବାଦ ଛାଡ଼ୁନି, ବଣ୍ଟାହେବ ଭୂମି ଅଧିକାର ପ୍ରମାଣପତ୍ର: କଳିଙ୍ଗ ଷ୍ଟାଡିୟମ୍‌ରେ ଭବ୍ୟ କାର୍ଯ୍ୟକ୍ରମ, ଗଣମାଧ୍ୟମକୁ ବାରଣ ।

ଚନ୍ଦ୍ରଯାନ-୩ର ଅବତରଣ ସ୍ଥଳକୁ ‘ଶିବଶକ୍ତି’ ନାମକରଣ କରାଯିବା ଭୁଲ୍‌ ନୁହେଁ : ସୋମନାଥ ।

ଚନ୍ଦ୍ରଯାନ-୩ର ସଫଳତା ପରେ ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ; କହିଲେ- ବିଜ୍ଞାନ ଓ ଆଧ୍ୟାତ୍ମିକତାର ଅନୁସନ୍ଧାନ ମୋ ଲକ୍ଷ୍ୟ ।

ସୁପ୍ରଭାତ ,ଶୁଭ ସକାଳ ।