June 27, 2026

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ସରକାରୀ ଜମିରେ ଅବୈଧ ଘର ନିର୍ମାଣ ପ୍ରଶାସନରୁ ବନ୍ଦ କରେଇବା ପରେ ମଧ୍ୟ ଘର କାମ ଜାରିରହିଛି

IMG-20260627-WA0068
Share

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ରାଇଘର ବ୍ଲକର ଡ଼ି. ଏନ. କେ ସାହିରେ ଜଣେ ବ୍ୟାକ୍ତି ବିଶ୍ୱନାଥ ମଣ୍ଡଳ ଘର ନିର୍ମାଣ କରିଛନ୍ତି କିନ୍ତୁ ପ୍ରଶାସନର ନଜର ପଡୁନଥିବା ବେଳେ ଆଜି ତହସିଲ ଅଫିସ କାର୍ଯ୍ୟଳୟ ରୁ ରାଜସ୍ୱ ନିରୀକ୍ଷକ ଅନନ୍ତ ଚୌଧୁରି,ସହକାରୀ ରାଜସ୍ୱ ନିରୀକ୍ଷକ ରଣଦୀପ ମଣ୍ଡଳ, କର୍ମଚାରି ବିଷ୍ଣୁ ଗୌଡ଼, କର୍ମଚାରି ବିପିନ ସାନ୍ତା ପହଞ୍ଚି ଏହି ଅବୈଧ ଘର ନିର୍ମାଣ କୁ ବନ୍ଦ କରେଇଥିଲେ,ସରକାରୀ ଜମି ଜନସାଧାରଣଙ୍କ ସମ୍ପତ୍ତି। ଏହି ଜମିର ସୁରକ୍ଷା ଓ ସଠିକ ବ୍ୟବହାର ନିଶ୍ଚିତ କରିବା ପ୍ରଶାସନର ମୂଳ ଦାୟିତ୍ୱ। ସରକାରୀ ଜମି ଉପରେ ଅବୈଧ ଭାବେ ଛାତଘର ନିର୍ମାଣ କାର୍ଯ୍ୟ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ସରକାରୀ ଜମି ଅତିକ୍ରମଣ ବଢ଼ି ଚାଲିଛି। ପ୍ରଥମେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିବା ବେଳେ ବର୍ତ୍ତମାନ ପକ୍କା ଘର ତିଆରି କାମ ଚାଲିଥିବା ଦେଖିବାକୁ ମିଳୁଛି। ସବୁକିଛି ସାର୍ବଜନୀନ ଭାବରେ ହେଉଥିବା ସତ୍ତ୍ୱେ ସମ୍ପୃକ୍ତ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି। ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି ଯେ, ସରକାରୀ ଜମିରେ ଯଦି ଅବୈଧ ନିର୍ମାଣ ହେଉଛି, ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ କୌଣସି ଯାଞ୍ଚ କିମ୍ବା ନୋଟିସ ଜାରି ହୋଇଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ।ବିଶେଷଜ୍ଞମାନଙ୍କ ମତରେ, ସରକାରୀ ଜମି ଉପରେ ଅତିକ୍ରମଣକୁ ସମୟରେ ରୋକାଯାଇ ନଥିଲେ ଭବିଷ୍ୟତରେ ଏହା ବଡ଼ ସମସ୍ୟାର ରୂପ ନେଇପାରେ। ଏହା ଦ୍ୱାରା ସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ ହେବା ସହ ସାଧାରଣ ଲୋକଙ୍କ ସ୍ୱାର୍ଥ ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରି ଆବଶ୍ୟକ ଆଇନଗତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଲୋକମାନଙ୍କ ପ୍ରଶ୍ନ ହେଉଛି, ସରକାରୀ ଜମି ଉପରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟ ପ୍ରତି ପ୍ରଶାସନର ନଜର ପଡିବା ପରେ ଆଜି ରାଜସ୍ୱ ନିରୀକ୍ଷକ ଙ୍କ ସମେତ ଚାରି ଜଣ କର୍ମଚାରି ଆସି ଘର ନିର୍ମାଣ କାର୍ଯ୍ୟକୁ ରୋକିଥିଲେ କିନ୍ତୁ ନିରୀକ୍ଷକ ଏବଂ କର୍ମଚାରି ଯିବା ର କିଛି ଘଣ୍ଟା ପରେ ପୁଣି ଏହି ବେନିୟମ ଭାବେ ଘର କାମ ଜାରି ରହିଛି,ଅବୈଧ ନିର୍ମାଣ ବନ୍ଦ ହେବ କି, ନା ପୂର୍ବବତ୍ ଚାଲି ରହିବ? ଏହା ଉପରେ ସମସ୍ତଙ୍କ ନଜର ରହିଛି। ସ୍ଥାନୀୟ ଲୋକ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଓ ସରକାରୀ ଜମିର ସୁରକ୍ଷା ପାଇଁ ତତ୍କାଳ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

You may have missed