ଆଜିର ଖବର…
୧-ଭୁବନେଶ୍ୱର:ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ,୧୭୦ କୋଟିର RBIର ଡାଟା ସେଣ୍ଟର ଉଦଘାଟନ କରିବେ।ଯୋଗଦେବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ରମନ୍ତ୍ରୀ।
୨-ସାମ୍ଭାବ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ୨୮ ଓ ୨୯ ତାରିଖରେ ବନ୍ଦ ରହିବ।
୩-ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”କୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି।
୪-ଚାଷୀ ମନରେ `ବାତ୍ୟା’ ଛନକା; ସୁନାର ଫସଲ ଧୋଇଯିବା ଭୟରେ ସମୟ ଆଗରୁ କାଟି ପଲାଇଲେଣି ଫସଲ ସବୁ।
୫-ମହାପ୍ରଭୁଙ୍କ ଦର୍ଶନ ହେବ ସହଜ; ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ନିର୍ମାଣ ହେଲା ରାମ୍ପ।
୬-ବାତ୍ୟା ଆଶଙ୍କାରେ ବଦଳିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ:ରାଷ୍ଟ୍ରପତି ନଭେମ୍ବର ୪ ଓ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ।
୭-ପୁଣି ଭୁବନେଶ୍ୱରରେ ଗ୍ୟାସ୍ କଳାବଜାରି; ଡାଲା ଅଟୋରେ ବୁହା ଚାଲିଥିଲା, ୨୫ଟି ଗ୍ୟାସ ସିଲିଣ୍ଡର ଜବତ କଲା ଚନ୍ଦ୍ରଶେଖରପୁର ପୋଲିସ।
୮-ଅନୁଗୋଳ, ବାଗଡ଼ିଆ କଣଲୋଇ ଗାଁ:ପ୍ରେମ ପାଇଁ ହତ୍ୟାକାଣ୍ଡ, ପ୍ରେମିକ ସହ ମିଶି ସ୍ଵାମୀକୁ ନିର୍ମମ ଭାବେ ହତ୍ୟାକଲା ପିଶାଚୀ ସ୍ତ୍ରୀ।
୯-ହାଣ୍ଡିଶାଳରେ ହାହାକାର :ସବୁ ଖାଦ୍ୟ ସାମଗ୍ରୀ ଦର କିଲୋ ପିଛା ବଢିଲାଣି ୨୦ରୁ ୩୦ ଟଙ୍କା।
୧୦-ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍; ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ କରାଗଲା।
୧୧-ପୂଜା କମିଟି ସଦସ୍ୟଙ୍କୁ ଘାରିଛି ବାତ୍ୟା ଭୟ,ଆଜି ଧରାବତରଣ କରିବେ ମା’ ଗଜଲକ୍ଷ୍ମୀ।
୧୨-ତିର୍ତ୍ତୋଲ:ବ୍ରାଉନସୁଗାର ରାକେଟ୍ ଠାବ, ମା’ ଓ ଦୁଇ ପୁଅଙ୍କ ସମେତ ୬ ଗିରଫ।
୧୩-ଛତ୍ରପୁର:ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ରକୂଳିଆ ଅଞ୍ଚଳବାସୀ ଭୟଭୀତ, ଜୀବିକା ଚିନ୍ତାରେ ମତ୍ସ୍ୟଜୀବୀ, ସେପଟେ ପ୍ରଶାସନର ପ୍ରସ୍ତୁତି ଜୋରଦାର।
୧୪-କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି! ଫାଟୁସିନେରିରେ ଲଗାଇଲା ତେଲୁଗୁ ନାମଫଳକ।
୧୫-ଅସମ୍ଭବକୁ ସମ୍ଭବ କଲେ ତିଲକ-ନୀତିଶ ଯୋଡ଼ି, ନ୍ୟୁଜିଲାଣ୍ଡ ମୁହଁରୁ ବିଜୟ ଛଡ଼ାଇ ଆଣିଲେ।
୧୬-ଜ୍ଞାନେଶଙ୍କ ବହିଷ୍କାର ପ୍ରସ୍ତାବ ସଂସଦୀୟ ନିୟମ ଆଧାରରେ ପରିଚାଳିତ ହେବ: ବାଚସ୍ପତି।
୧୭-ମାନିଲା:ଆକାଶରେ ଅଘଟଣ,୨ ସେନା ବିମାନ ଧକ୍କା,୪ ପାଇଲଟ୍ ମୃତ।
୧୮-୨୦୨୮ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ; ମହିଳା କ୍ରିକେଟ ଯୋଗ୍ୟତା ନିୟମରେ ପରିବର୍ତ୍ତନ କଲା ଆଇସିସି।
୧୯-ଅଙ୍କାରା:ହାତ ଟେକିଦେଲା ତୁର୍କୀ,ହୁତି ବିଦ୍ରୋହୀଙ୍କ ବିରୋଧରେ ସାଉଦିକୁ ସହଯୋଗ ଦେବ ନାହିଁ।
୨୦-ଯନ୍ତ୍ରଣା ଦେଉଛି ଯୁଦ୍ଧ, ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଦେଶବାସୀ; ସ୍ବୀକାର କଲେ ଇରାନ ରାଷ୍ଟ୍ରପତି।
