October 25, 2026

ଲକ୍ଷ୍ମୀପୂଜାରେ ଝଲସିଲା ଛେନାପଦିଛକ

IMG-20261025-WA0112
Share

 

 

ହାଟଡ଼ିହି ତା ୨୫/୧୦(ମନମୋହନ ନାୟକ) : ଆଜି ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା । ଏଥିପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ମା ଲକ୍ଷ୍ମୀଙ୍କର ପୂଜା ବଡ ଧୁମଧାମରେ ପାଳିତ ହେଉଛି । ହାଟଡିହି ବ୍ଲକର ହାଟଡିହି, ଜଳକଳଙ୍ଗ, ଛେନାପଦି, ଶାସଙ୍ଗ, ଚୋରଗଡିଆ, ଘୋଷରାପଦା, ଶାଳଣିଆଁ, ଅଣାଛକ, ମଲାରପଦା, ଶିବନାରାୟଣପୁର, ବରାଙ୍ଗ, ଗୋପାଳପୁର, ଆଦି ସ୍ଥାନରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଛି । ୭ଦିନ ଧରି ଚାଲିବାକୁ ଥିବା ଏହିପୂଜା ଅବସରରେ ହାଟଡିହି ଓ ଛେନାପଦି ବଜାର ଝଲସି ଉଠିଛି । ହାଟଡିହି ଠାରୁ ଛେନାପଦିଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୧୦ଟି ମଣ୍ଡପ ନିର୍ମାଣ କରାଯାଇ ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଆଜି ଅପରାହ୍ନରୁ ରାତି ମଧ୍ୟରେ ସବୁ ପୁଜା ମଣ୍ଡପରେ ଘଟୋତ୍ତଳନ କରାଯାଇ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଛି । ଛେନାପଦିଛକ ତାରିଣୀ ବଜାର ପୂଜା କମିଟି ପକ୍ଷରୁ ଅପରାହ୍ନ ୫ଟାରେ କଳଶ ଶୋଭାଯାତ୍ରା ଅଣାଯାଇ ପୂଜାମଣ୍ଡପରେ ସ୍ଥାପନ କରିବା ପରେ ପଣ୍ଡିତ ବାବୁଲା ଆଚାର୍ଯ୍ୟଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି । ତାପସ ରାୟ, ପ୍ରତିମା ରାୟ, ସୁଧାଶୁଂ ବିଶ୍ୱାଳ, ମଧୁମିତା ସ୍ୱାଇଁ, ଯୁବରାଜ ସାମଲ, ଦେବିକା ଖୁଣ୍ଟିଆ, ସନ୍ଦୀପ ସାମଲ, ଜସ୍ମିନ ପ୍ରିୟଦର୍ଶନୀ କୁଅଁର, ରାମେଶ୍ୱର ରାଉତ, ତିରୋସ୍କୋଭା ରାଉତ ପ୍ରମୁଖ କର୍ତ୍ତା ଭାବେ ପୁଜାକାର୍ଯ୍ୟରେ ସାମିଲ ହୋଇଛନ୍ତି । ଦୁର୍ଯ୍ୟୋଧନ ସାହୁ, ମମତା ସାହୁ, ଶଶୀ ସାମଲ, ସୁଧାକର ଓଝା, କିଶୋର ଆଚାର୍ଯ୍ୟ, ପ୍ରଶାନ୍ତ ରାଉତ, ଭାଗ୍ୟଧର ସାମଲ, ବିନୟ ନାୟକ, ଅଙ୍କିତ ରାଖି, ଅକ୍ଷୟ ଓଝା, ସୁଶାନ୍ତ ଜେନା, ସୁବାସ ଓଝା, ମଙ୍ଗୁଳି ବିଶ୍ୱାଳ, ରଞ୍ଜନ ସା, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ଚୈତନ୍ୟ ପୁହାଣ, ହେମନ୍ତ ନାଥ, ନାରାୟଣ ଚନ୍ଦ୍ର ଘଡେଇ, ସତ୍ୟବ୍ରତ ସାହୁ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ସେହିପରି ବଉଳାରୋଡ ପୁଜା କମିଟି ପକ୍ଷରୁ ସନ୍ଧ୍ୟାରେ ଘଟୋତ୍ତଳନ କରାଯାଇ ରାତି ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଜାରି ରହିଛି। ସୁଦର୍ଶନ ସା, ତ୍ରିଲୋଚନ ସା, ଧରିଆ ସା, ହଳଧର ଜେନା, କେଶବ ନାୟକ, ମହେଶ୍ୱର ସା, ପୁର୍ଣ୍ଣଚନ୍ଦ୍ର ସାହୁ, ନବକିଶୋର ନାୟକ, ବିପିନି ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ଟାଙ୍କି ବଜାର ପୂଜା କମିଟି ପକ୍ଷରୁ ଲିପୁ ଦଳେଇ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି ଛେନାପଦି ଲକ୍ଷ୍ମୀବଜାର ପୂଜା କମିଟି ତରଫରୁ ରବିନ୍ଦ୍ର କୁମାର ଜେନା, ଶିଶିର କୁମାର ବିଶ୍ୱାଳ, ମୁକ୍ତିକାନ୍ତ ପାଢ଼ୀ, ନିତ୍ୟାନନ୍ଦ ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ତୁଳସୀ କମ୍ପ୍ଲେକ୍ସ ରେ ଦେବେନ୍ଦ୍ର ଜେନା, ରବିନ୍ଦ୍ର ନାୟକ, ସତ୍ୟବ୍ରତ ଜେନା, ଅକାଶ ସା, ଜଚିନ୍ଦ୍ର ସା, ନାରାୟଣ ସାହାଣି, ବିକାଶ ବିଶ୍ଵାଳ ପ୍ରମୂଖ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । କଲେଜ ଛକ ପୂଜା କମିଟିରେ ନିରାକାର ପାତ୍ର, ବାଦଲ ରାଉତ, କୃଷ୍ଣ ରାଉତ, ମାନସ ବେହେରା, ଶିବ ନାୟକ, ଅଖନ ଜେନା, ପପୂନୁ ଭୂୟାଁ, କାର୍ତ୍ତିକ ରଣଙ୍କ ସମେତ କମିଟି ସଦସ୍ୟ ମାନେ ପରିଚାଳନା କରୁଛନ୍ତି। ସେହିପରି ଲଷ୍ମୀ ନାରାୟଣ ପୂଜା କମିଟି ପକ୍ଷରୁ ହିମାଂଶୁ ନାୟକ, ବାବୁ ଘଡେଇ, ମାନସ ମଲ୍ଲିକ, ଅଭିଷେକ ଜେନା, ସନାତନ ସାଉ, ରବୀନ୍ଦ୍ର ସାହୁ କର୍ତ୍ତା ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି।ସମଗ୍ର ବଜାରଟି ରଙ୍ଗିନି ଆଲୋକମାଳାରେ ଝଲସି ଉଠୁଥିବାବେଳେ ଆସନ୍ତାକାଲି ଠାରୁ ଜନସମାଗମ ହେବାର ଆଶା କରାଯାଉଛି ।