October 25, 2026

ସମ୍ଭାବ୍ୟ ବାତ୍ୟା ପାଇଁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଭାସୀ ପ୍ରସ୍ତୁତି ବୈଠକ

IMG-20261025-WA0113
Share

 

 

ବୋଲଗଡ଼,୨୫/୧୦ (ଉପାନ୍ତ ଖବର):ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ ମୁତାବକ ବୋଲଗଡ଼ ମଣ୍ଡଳ ସହ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସନାଥ ସ୍ୱାଇଁଙ୍କ ଆବାହକତ୍ୱ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଶନିବାର ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

 

ଏହି ବୈଠକରେ ସରକାରୀ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ସାଧନ କେନ୍ଦ୍ର ସଂଯୋଜକ, ଏମଆଇଏସ ସଂଯୋଜକ ବବ୍ରୁବାହନ ବେହେରା, ଆକାଉଣ୍ଟାଣ୍ଟ ଅଜୟ ବଳିୟାରସିଂହ ଏବଂ ବ୍ଲକ ସମ୍ବଳ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।

 

ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ନିର୍ଦ୍ଦେଶ ଦେଇଥିଲେ:

୧-୨୪.୧୦.୨୦୨୬ ରୁ ୩୧.୧୦.୨୦୨୬ ପର୍ଯ୍ୟନ୍ତ ପ୍ରତି ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ୨୪ ଘଣ୍ଟା ଖୋଲା ରଖିବା,

୨-୨୭.୧୦.୨୦୨୬ ରୁ ୩୧.୧୦.୨୦୨୬ ପର୍ଯ୍ୟନ୍ତ କୌଣସି କର୍ମଚାରୀ ଛୁଟିରେ ନ ରହିବା ଓ ହେଡକ୍ୱାର୍ଟର ଛାଡି ବାହାରକୁ ନ ଯିବା,

୩-୨୭ ତାରିଖ ପୂର୍ବରୁ ବିଦ୍ୟାଳୟର ପ୍ରତି କୋଠରୀ, ହତା, ଶୌଚାଳୟ ଆଦି ସଫା କରାଇବା,

୪-ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ୱାରା ରୋଷ୍ଟର ଡ୍ୟୁଟି ଚାର୍ଟ ପ୍ରସ୍ତୁତ କରିବା ଏବଂ ବିଦ୍ୟାର୍ଥୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଆବଶ୍ୟକ କାର୍ଯ୍ୟ ସମ୍ପନ୍ନ କରିବା।

 

ଏହାପରେ ଖାନ୍ ଏକାଡେମୀ ରେଜିଷ୍ଟ୍ରେସନ କାର୍ଯ୍ୟ ସମ୍ପାଦନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

 

ମଣ୍ଡଳ ସଂଯୋଜକ ଆଶ୍ରୟସ୍ଥଳୀ ସମ୍ପର୍କିତ ଫର୍ମାଟ ପୂରଣ କରିବା ସହ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ରରେ ଲିଖିତ ଏସଓପିକୁ କଡାକଡି ଭାବେ ପାଳନ କରିବାକୁ ଅବଗତ କରାଇ ଥିଲେ।

 

ଏହି ଅବସରରେ ବବ୍ରୁବାହନ ବେହେରା ୟୁଡାଇସ୍ ପ୍ଲସ୍ ଓ ଆପାର ଆଇଡି ଜେନେରେସନ, ଅଜୟ ବଳିୟାରସିଂହ ସମଗ୍ର ଶିକ୍ଷା ୟୁସି, ଲୋକନାଥ ସାହୁ ଏଫଏଲଏନ ଆକ୍ଟିଭିଟି, ନିପୁଣ ଆପ୍ରେ ଶିକ୍ଷଣ ସୋପାନ ତଥ୍ୟ ଅପଡେଟ ଓ ଉଲ୍ଲାସ ମାର୍କ ଅପଲୋଡ଼ ଏବଂ ନିରୂପମା ତ୍ରିପାଠୀ ପ୍ରଶସ୍ତ ୨.୦ ସମ୍ବନ୍ଧରେ ଆଲୋଚନା କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ତନିମା ବଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ, ବୋଲଗଡ଼