October 26, 2026

ତିର୍ତ୍ତୋଲ ପୋଲିସ୍ କୁ ମିଳିଛି ବଡ ସଫଳତା…

IMG-20261025-WA0001
Share

 

ତିର୍ତୋଲ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଗତ କାଲି ରାତିରେ ପେଟ୍ରୋଲିଙ୍ଗ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ତିର୍ତ୍ତୋଲ ପୋଲିସ୍ କୁଟିଳ ଗ୍ରାମ ଦୟଲପୁର ଗ୍ରାମର ଝୁନି ଦାସଙ୍କ ଘରେ ମିଳିତ ଚଢାଉ କରିବା ସମୟରେ ଛଅ ଜଣ ଧଳା ଜହର ବେପାରୀଙ୍କୁ କାବୁ କରିବାରେ ସଫଳତା ହାସଲ କରିଛି ଚଢାଉ ସମୟରେ ୫୧.୯୮ ଗ୍ରାମ ଧଳା ଜହର ଯାହାର ମୂଲ୍ୟ ହାରାହାରି ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ଜବତ କରିବା ସହିତ ଏକ ଧଳା ରଙ୍ଗର ଟାଟା ନେକ୍ସନ କାର୍ ଯାହାର ନମ୍ବର OD 05CN8857 ଏକ ଆକ୍ଟିଭା ସ୍କୁଟି ନମ୍ବର OD 21U6549 ଓ ଏକ ହିରୋ ଗ୍ଲାମର ନମ୍ବର OD21 K 2283 ଗାଡ଼ି ସହିତ ପାଞ୍ଚଟି ମୋବାଇଲ୍ ଫୋନ୍ ଜବତ କରିବା ସହିତ ସେମାନଙ୍କ ପାଖରୁ ପ୍ରାୟ ଆଠ ହଜାର ନଗଦ ଟଙ୍କା ଜବତ କରିଥିଲା । ଗିରଫ ହୋଇଥିବା ଛଅ ଜଣ ଅଭିଯୁକ୍ତ ହେଲେ ଦୁର୍ଗା ପ୍ରସାଦ ଦାସ(୩୪) , ବିଭୁ ପ୍ରସାଦ ଦାସ(୩୦) , ସରୋଜ କୁମାର ଦାସ(୩୦) , କୌଶିକ ରାଉଳ(୩୮) , ସୌଭାଗ୍ୟ ରଞ୍ଜନ ସିଂହ(୩୩) , ଝୁନି ଦାସ(୪୫) ।ତିର୍ତ୍ତୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଧଳା ଜହର ବେପାରୀ ମାନେ ସେମାନଙ୍କର କାୟା ବିସ୍ତାର କରି ଚାଲିଥିବା ବେଳେ ପୋଲିସ୍ ଆଖିରେ ଧୂଳି ଦେଇ ସେମାନେ ନିଜର ବ୍ୟବସାୟ କରୁଥିଲା ବେଳେ ଯୁବ ଗୋଷ୍ଠୀମାନଙ୍କୁ ଏହି ନିଶା କବଳରେ ପକାଇ ସେମାନେ ନିଜର ବ୍ୟବସାୟ ଚଳାଉଥିଲେ । ଏହି କାରବାରର ମୁଖ୍ୟ କିଏ ଧଳା ଯହର କେଉଁଠାରୁ ଆସୁ ଥିଲା କେଉଁ କେଉଁ ମାନେ ଏହି ଗ୍ରୁପ୍ ରେ ରହି ବ୍ୟବସାୟ କରୁଥିଲେ । ତଦନ୍ତ ପରେ ଜଣାପଡିବ ବୋଲି ଜଗତସିଂହପୁର ଆରକ୍ଷୀ ଅଧିଷକ ପ୍ରତୀକ ସିଂ ପ୍ରକାଶ କରିଛନ୍ତି ।