October 25, 2026

ଅଇଁଠାପାଲି ଫ୍ଲାଏଓଭର କାମ ନିରୀକ୍ଷଣ କଲେ ଜିଲ୍ଲାପାଳ ଧାର୍ଯ୍ୟ ସମୟ ମଧ୍ୟରେ ସରିବ ତ ନିର୍ମାଣ କାର୍ଯ୍ୟ? ଉଠିଲା ପ୍ରଶ୍ନ

IMG-20261025-WA0025
Share

ସମ୍ବଲପୁର, ୨୫. ୧୦: ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ ଅଇଁଠାପାଲି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ନିର୍ମାଣ ସମୟରେ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ଡ଼ା. ସିଦ୍ଧେଶ୍ବର ବଳିରାମ ବୋନ୍ଦର , ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଓ ଅନ୍ୟ ଅଧିକାରୀମାନେ ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି।

 

ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ରାସ୍ତାରେ ଧୂଳି ଜମିବା ଓ ଯାତାୟାତରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ନିୟମିତ ରାସ୍ତା ସଫା କରିବା ସହ ଫ୍ଲାଏଓଭରର ଉଭୟ ପାର୍ଶ୍ୱର ସଂଯୋଗୀକରଣ ରାସ୍ତାଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ କାର୍ଯ୍ୟ ସମୟରେ ଯାତାୟାତକୁ ସୁଗମ ରଖିବା ଏବଂ ଦୁର୍ଘଟଣା ଆଶଙ୍କା ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।ତେବେ ଏହି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ କେତେ ଦୂର ଅଗ୍ରଗତି କରିଛି, ଏହାର ନିର୍ଦ୍ଧାରିତ ସମୟସୀମା କେତେ ଏବଂ ଧାର୍ଯ୍ୟ ଅବଧି ମଧ୍ୟରେ କାମ ଶେଷ ହେବ କି ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।ଡିସେମ୍ବର ଶେଷ ସୁଦ୍ଧା ଏହି କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା କଥା।ଫ୍ଲାଏଓଭର କାର୍ଯ୍ୟ ଶେଷ ହେଲେ ସମ୍ବଲପୁରର ବ୍ୟସ୍ତବହୁଳ ଅଇଁଠାପାଲି ଛକରେ ଟ୍ରାଫିକ୍‌ ସମସ୍ୟା ହ୍ରାସ ପାଇବା ସହ ଯାତ୍ରୀ ଓ ଯାନବାହନ ଚାଳକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।ଏବେ ଅପେକ୍ଷା, ନିର୍ଦ୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରି ପ୍ରକଳ୍ପକୁ ଜନସାଧାରଣଙ୍କ ପାଇଁ କେବେ ଉତ୍ସର୍ଗ କରାଯାଉଛି।

You may have missed